ସୀମାନ୍ତ ପଞ୍ଚାୟତ ର ଶିକ୍ଷା ବ୍ୟବସ୍ଥା କୁ ପରଖିଲେ ବିଡ଼ିଓ ଓଡିଆ ଭାଷା କୁ ଛାତ୍ରଛାତ୍ରୀ କିପରି ଗୁରୁତ୍ୱ ଦେବେ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଲେ ଦିଗଦର୍ଶନ


ପଟ୍ଟାଙ୍ଗି୧୯/୦୭ସୀମାନ୍ତ ପଞ୍ଚାୟତ ଗୁଡିକ ରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ଅଭିଭାବକ ମାନଙ୍କ ପକ୍ଷରୁ ବାରମ୍ବାର ଆସୁଥିବା ଅଭିଯୋଗ କୁ ଦୃଷ୍ଟିରେ ରଖି ବିଡ଼ିଓ ଅଚାନକ ଗସ୍ତ କରି ପରଖିଲେ ଶିକ୍ଷା ବ୍ୟବସ୍ଥା । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ସୀମାନ୍ତ ଅମ୍ପାବାଲି ଏବଂ ତଳଗଲୁର ପଞ୍ଚାୟତ କ୍ଷେତ୍ରରେ । ଉକ୍ତ ପଞ୍ଚାୟତ ମାନଙ୍କରେ ରହିଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧିନରେ ରହିଥିବା ଉକ୍ତ ଦୁଇ ପଞ୍ଚାୟତର ଆଶ୍ରମ ବିଦ୍ୟାଳୟ ଗୁଡିକୁ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଅଚାନକ ଗସ୍ତ କରି ଉପସ୍ଥିତ ଛାତ୍ରଛାତ୍ରୀ ଙ୍କ ସହ ପାଠପଢ଼ା ସମ୍ପର୍କରେ କିଛି ବିଷୟ ବସ୍ତୁ ପଚାରି ବୁଝିବା ସହ ନିଯେ ଛାତ୍ରଛାତ୍ରୀ ଙ୍କୁ ଶବ୍ଦ ଲିଖନ ବା ପଠନ , ଶୁଦ୍ଧ ଓଡିଆ ଲିଖନ , ଆମେ ପଢିବା ଆମେ ଗଢିବା କାର୍ଯ୍ୟକ୍ରମ ଦ୍ୱାରା ଆରମ୍ଭ ହୋଇଥିବା ଅବନା ଅକ୍ଷର ଠାରୁ ଆରମ୍ଭ କରି ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଦିଗରେ ବୁଝାଇଥିଲେ । ବିଡ଼ିଓ ପଟ୍ଟନାୟକ ଙ୍କ ଏହିପରି ବୁଝାଇବା ଶୈଳୀ କୁ ଦେଖି ଛାତ୍ରଛାତ୍ରୀ ଅନେକ ଉତ୍ସାହିତ ହୋଇଥିବା ବେଳେ  ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା
ସହ ଗୁରୁତ୍ୱ ଦେବା କୁ ପରାମର୍ଶ ଦେଇଥିଲେ । ଏହିପରି କି ଉକ୍ତ ପଞ୍ଚାୟତ ଗୁଡିକ ଯେହେତୁ ଆନ୍ଧ୍ର ସୀମାନ୍ତ ହୋଇ
ଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି କିପରି
ଆନ୍ତରିକତା ଓ ଆଗ୍ରହ ଆସିବ ସେଥି ପ୍ରତି ଦୃଷ୍ଟି ଦେବା କୁ ମଧ୍ୟ କଡା ନିର୍ଦ୍ଦେଶ ଦେବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ବିଷୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇ ଏହା ଯେମିତି ୧୫ ଦିନପରେ ପୁଣି ଗସ୍ତ କରିବା ସମୟରେ ଯେପରି ଦେଖିବା କୁ ପାଇବି ସେଥି ପ୍ରତି ଦୃଷ୍ଟି ଦେବାକୁ କଡାକଡି ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚା ବୁଝିବା ସହ ମ୍ୟାଲେରିଆ ଜ୍ୱର ରୁ କିପରି ସତର୍କ ରହିବା ସେନେଇ ମଧ୍ୟ ବୁଝାଇଥିଲେ । ସେହିପରି ଦୁଇ ପଞ୍ଚାୟତ ମାନଙ୍କରେ ରହିଥିବା କିଛି ପ୍ରାଥମିକ ବିଦ୍ୟାଳୟ କୁ ଗସ୍ତ କରି ଶିକ୍ଷା ବ୍ୟବସ୍ଥା କୁ ବିଡ଼ିଓ ପଟ୍ଟନାୟକ ପରଖି ଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟ ମାନଙ୍କରେ ଅବ୍ୟବସ୍ଥା କୁ ଦେଖି ବିରକ୍ତି ହେବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପାଠପଢା ସମ୍ପର୍କରେ ପଚାରି ଥିଲେ ମଧ୍ୟ ଛାତ୍ରଛାତ୍ରୀ ସଠିକ୍ ଭାବେ ଓଡିଆ ଭାଷା କହି ପାରୁନଥିବା ଦେଖି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ପଟ୍ଟନାୟକ ଦୁଇ ପଞ୍ଚାୟତ ରେ ରହିଥିବା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶିକ୍ଷା କଣ କିଛି ଟା ଜାଣିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷା କଣ ଜାଣିବା ଦୂରର କଥା ଠିକ୍ ସେ ଓଡ଼ିଆ ମଧ୍ୟ କହି ପାରୁନଥିବା ଦେଖି ଅନେକ କଷ୍ଟ ଲାଗିଲା ବୋଲି ପ୍ରକାଶ କରିଥିଲେ । ବିଡ଼ିଓ ପଟ୍ଟନାୟକ ଙ୍କ ଏହିପରି ଅଚାନକ ଗସ୍ତରେ ଜିପିଓ ଦିବାକର ପୁରୋହିତ , ବ୍ଲକ ମଙ୍ଗଳ ସମ୍ପ୍ରର ସାରଣ ଅଧିକାରୀ ଅନିଲ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ ।