Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ମେ ୧୦ ସରକାରୀ ଛୁଟି

ଭୁବନେଶ୍ୱର: ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ଏହାକୁ ନେଇ ଏବେ ଚାରିଆଡେ ନିର୍ବାଚନୀ ତାତି ଲାଗି ରହିଛି। ତେବେ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା କର୍ମଚାରୀ ତଥା ମାଜିଷ୍ଟ୍ରେଟ କୋର୍ଟଙ୍କ ପାଇଁ ରାଜ୍ୟ ସରକାର ମେ ୧୦କୁ ଛୁଟିଦିନ ଭାବେ ଘୋଷଣା କରିଛନ୍ତି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତିନି ପ୍ରମୁଖ ଦଳ ପ୍ରଚାର ପ୍ରସାର ଜୋରସୋରରେ ଆରମ୍ଭ କରିଦେଲେଣି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପାଇଁ ପ୍ରଚାର କରିବେ କହ୍ନୈୟା କୁମାର।

ଅନ୍ୟପକ୍ଷରେ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଅଭିଯାନର ନେତୃତ୍ୱ ନେବେ। ରାଜ୍ୟର ତିନିଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପ୍ରଚାର କରିବେ।