Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର ।

କଳାହାଣ୍ଡି:୨୦/୦୭
କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୨ତମ ଜୟନ୍ତୀ ଅବସରରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ମାର୍ଗଦର୍ଶନରେ କାଳୀକୃଷ୍ଣ ଆଶ୍ରମ,କନ୍ଦାଗଡ ଆମପାଣି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟ ନର୍ତ୍ତକୀ ଦଣ୍ଡସେନା, ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ନରେଶ ଯାଦବ, ଶିକ୍ଷକ ଈଶ୍ୱରୀ ଅଗସ୍ତି, ସିଆରସି କେଦାର ନାଏକ,ଗୋପିଚାନ୍ଦ ନାଏକ,ମନୋରଞ୍ଜନ ବାଣୁଆ,କାଳୀକୃଷ୍ଣ ସଂଘର ପ୍ରିୟାନନ୍ଦ, ମାଧବାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ, ତନୁକଲାଲ ନାଗ ଉପସ୍ଥିତ ରହିଥିଲେ। ଜିତେନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଶିବିରରେ ଗଣେଶ ଅଗସ୍ତି,ଅଭିନ୍ନ ମାଝୀ,ଲଚିମଧର ମାଝୀ,ତପନ ନାଏକ,ଦୁର୍ବଳ ଧଙ୍କଡାମାଝୀ,ନବିନ ମେହେର,ଅଭିଜିତ ପଣ୍ଡା,ଦିଲ୍ଲିପ ଠାକୁର, ଅକବଳ ମାଝୀ, ଗୋବର୍ଦ୍ଧନ ମାଝୀ,ଟୁନୁ ମାଝୀ, ଛନ୍ଦା ଧଙ୍କଡାମାଝୀ,ରାମ ନାଏକ,ଶବର ଚଳାନ,ଚୁଡ଼ାମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁମାନେ ରକ୍ତଦାନ କରିଥିଲେ ଓ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଓଡ଼ିଶା ରକ୍ତ ଭଣ୍ଡାର ଧର୍ମଗଡରୁ ଏଲ.ଟି ଗଜାନନ ବେହେରା,ନିଗମ ଗୋପାଳ,ଡମ୍ବରୁ ମେହେର,ମାଧବ ଗୋପାଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ