Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଗାଁ ରୁ ବଂଶ ନୁ କ୍ରମିକ ପ୍ରଥା ଉଚ୍ଛେଦ କୁ ନେଇରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର।

ହାଟଡିହି ଶନିବାର ଦିନ କେନ୍ଦୁଝର ଜିଲ୍ଲା ଆଦିବାସୀ ସୀଙ୍ଗେଲ ସଂଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ସହ ବିଡ଼ିଓ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ଗ୍ରାମରେ ଚଳି ଆସୁଥିବା ପୁରୁଣା ପ୍ରଧାନୀ ପ୍ରଥା ଅର୍ଥାତ ଗ୍ରାମ ର ମାଝୀ ବାବା ଙ୍କ ନିର୍ଦ୍ଦେଶ ରେ ଗ୍ରାମ ପରିଚାଳିତ ହୋଇ ଆସୁଥିଲା। ସେ ଯାହା କହୁଥିଲେ ସେହି ଅନୁଯାୟୀ ଗ୍ରାମ ବାସୀ ମାନଙ୍କୁ ଚାଲିବାକୁ ପଡୁଥିଲା। ଯଦି ସେଥିରେ କିଏ ନିର୍ଦେଶ ଅମାନ୍ୟ କରେ ତାହାଲେ ତାଙ୍କୁ ଗାଁ ର ପ୍ରଧାନ ଯେଉଁ ସଜ୍ଜା ଦେଉଥିଲେ ତାହାକୁ ସେ ମାନିବାକୁ ବାଧ୍ୟ ହେଉଥିଲେ।ଏବେ ସେହି ବଂଶାନୁ କ୍ରମିକ ପ୍ରଥା କୁ ତାଙ୍କର  ପିଲା ମାନେ ମଧ୍ୟ ଗ୍ରାମବାସୀ ମାନଙ୍କ ଉପରେ ପ୍ରଚଳିତ କରି ଆସୁଥିଲେ। ଯାହାକୁ ନେଇ ସିଙ୍ଗେଲ ଆଦିବାସୀ  ସଂଘ ପକ୍ଷରୁ ଏହି ପରି ପ୍ରଥା କୁ ବିରୋଧ କରି ବିଡ଼ିଓଙ୍କୁ  ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।  ଏଥିରେ ଗ୍ରାମ ର ମାଝୀ ବାବା  ଗ୍ରାମ ବାସୀ ଙ୍କ ଦେହ ଖରାପ ହେଲେ ଗୁଣି ଗାରେଡ଼ି ସନ୍ଦେହ ରେ ଡାହାଣୀ ନାମରେ ମହିଳା ଙ୍କୁ ହତ୍ୟା କରୁଥିବା ବେଳେ ମନ ଇଛା ସାମାଜିକ ବାସନ୍ଦ, ନିଶା ସେବନ କୁ ବିରୋଧ,ମହିଳା ବିରୋଧୀ କାମ କରୁଥିବାରୁ ଏପରି ବ୍ୟବସ୍ଥା କୁ ଉଠାଇ ରାଷ୍ଟ୍ରପତି ଆଦିବାସୀ ମାନଙ୍କ ପାଇଁ ଏକ ନିୟମ କରିବାକୁ ଦାବି କରିଥିଲେ। ଏହି ଦାବି ପତ୍ର ଦେବା ସମୟ ରେ ଗୁନାରମ ମୁର୍ମୁ, ଅର୍ଜୁନତାଡ଼ା, ସିଦ୍ଧାନ୍ତ ବସ୍ତା, ଦୁଷ୍ମନ୍ତ ଟୁଡୁ ଧରମା ଟୁଡୁ, ସମ୍ବ୍ରା ସୋରେନ, ଶୁଖି ମୁଷ୍ଟି, ମାଳତୀ ହସନ୍ଦା, ଜସ୍ମି ଟୁଡୁ, ସମେତ ଅନେକ ଆଦିବାସୀ ମହିଳା ଯୁବକ ସାମିଲ ହୋଇଥିଲେ।