Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଭାବକ ଶିକ୍ଷକ ସମ୍ମିଳନି..ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବକେନ୍ଦ୍ର

ଲକ୍ଷ୍ମୀପୁର ୨୧.୦୪ ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସଭାରେ ଲକ୍ଷ୍ମୀପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନସ କୁମାର ମୁଖାର୍ଜୀ ଯୋଗ ଦେଇ ଗ୍ରୀଷ୍ମ ଅବକାଶ ରେ ଛାତ୍ର ଛାତ୍ରୀ ପାଠ୍ୟ ଗୃହ କାର୍ଯ୍ୟ ରେ ନିଜକୁ ଲିପ୍ତ ରଖିବାକୁ ଓ ଅଂଶୁଘାତ ରୁ ରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀମଣ୍ଡଳ ଆସନ୍ତା ଶିକ୍ଷା ବର୍ଷରେ ଗୁଣାତ୍ମକ ଫଳ ପ୍ରାପ୍ତି ପାଇଁ ତଥା ୯୦% ରୁ ଅଧିକ ମାର୍କ ପାଇବା ଲକ୍ଷ୍ୟରେ ୫ ରୁ ୧୦ ଜଣ ଅଭିଭାବକଙ୍କ ସ୍ଵିକାରୋକ୍ତି ଗ୍ରହଣ କରିଥିଲେ ଓ ୫ ଟି ମାନ୍ୟତା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ବିଦ୍ୟାଳୟ ମୁହାଁ ହେବାକୁ ଆହ୍ବାନ ଦେଇଥିଲେ।ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଛାତ୍ର ଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ ତଥା ସରକାରଙ୍କ ଛାତ୍ର ଛାତ୍ରୀ ଙ୍କୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ।ଶିକ୍ଷକ ସପନ କୁମାର ଦୀକ୍ଷିତ ସାଇବର କ୍ରାଇମ, ଅନ ଲାଇନ ଖେଳରୁ ନିବୃତ, ଛାତ୍ର ଛାତ୍ରୀଙ୍କୁ ସମୟ ଦେବା, ଶିକ୍ଷଣ କାର୍ଯ୍ୟ କ୍ରମ ତଦାରଖ ଆଦି ଉପରେ ଆଲୋଚନା କରିଥିବା ବେଳେ, ମୋ ସ୍କୁଲ ଅଭିଜାନ ସଭାପତି ମାଧବ କର୍କରା, ସିଆରସିସି କୃଷ୍ଣ କୁଲଦୀପ, ଶଙ୍କର ଗୁଡ଼ୁମ୍ବକା, ଆଶୀର୍ବାଦ ନାୟକ, ଜ୍ୟସ୍ନା ପାଣ୍ଡା,ପ୍ରିୟଙ୍କା ବିଶୋଇ, ମାଧୁରୀ ଲେଙ୍କା, କସ୍ତୁରୀ ଶବର, ମମତା ମହାନ୍ତି,ରୋଜାଲିନ ସ୍ବାଇଁ ପ୍ରମୁଖ ଅଭିଭାବକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଭାବ ବିନିମୟ କରିଥିଲେ।ଏହି ଅବସରରେ ଅଭିଭାବକ ମାନଙ୍କ ପ୍ରତିନିଧି ଭାବେ ଏକଲବ୍ୟ ଚୌଧୁରୀ ସରକାରଙ୍କ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ପ୍ରତି ବିଶେଷ ଧ୍ୟାନ ତଥା ବିଦ୍ୟାଳୟରେ ଶିକ୍ଷଣ କାର୍ଯ୍ୟ କ୍ରମରେ ଶିକ୍ଷକ ମାନଙ୍କ ଭୂମିକା କୁ ନେଇ ଖୁସି ବ୍ୟକ୍ତ କରିବା ସହ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶିକ୍ଷକ ସୁକାନ୍ତ ଯାଦବ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ମାଟ୍ରନ୍ ଡଲି ରାଣୀ ଖରା, ସଂଯୁକ୍ତା ତୁରୁକ, ନୂତନ ଚେଟି ସଭା କାର୍ଯ୍ୟରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଅଭିଭାବକ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ