Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର୍ବ ଶତ୍ରୁତା କୁ ନେଇଁ ଗଣ୍ଡଗୋଳ ମାମଲା… ବିଜେପି ଜିଲ୍ଲା କାର୍ଯକାରିଣୀ ସଦସ୍ୟ ବାବୁଲା ଗିରଫ..ନ୍ୟାୟ ମିଳିଲାନି କହିଲେ ବାବୁଲା ଙ୍କ ପତ୍ନି….

ଲକ୍ଷ୍ମୀପୁର ୨୧.୪….ପୁର୍ବ ଶତ୍ରୁତା କୁନେଇଁ ବାରମ୍ବାର ଗଣ୍ଡଗୋଳ ହେଉଥିବା ବେଳେ ଲକ୍ଷ୍ମୀପୁର ପୋଲିସ ଶେଷରେ ଆଟ୍ରୋସିଟି ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ଅନ୍ୟ ଜଣେ ଫେରାର୍ ଥିବା ପୋଲିସ ସୂଚନା ପ୍ରଦାନ କରିଛି।ସୋମବାର ଦିନ ପୁର୍ବ ଶତ୍ରୁତା କୁ ନେଇ ଝାଡେଶ୍ବର ଶୁଣ୍ଢି କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।ଆକ୍ରମଣ ରେ ସେ ଗୁରୁତ୍ବରଥିବା ବେଳେ ବର୍ତମାନ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ ରେ ଚିକିସ୍ଚାଧିନ ଅବସ୍ଥାରେ ରହିଛନ୍ତି।ଏହି ଘଟଣାରେ ବାବୁଲା ମହାରଣା ଓ ତାଙ୍କ ପୁଅ ରାଜେଶ ମହାରଣା ଲକ୍ଷ୍ମୀପୁର ରେ ଘଣ୍ଟଯାତ୍ରା ଅଣାଯାଉଥିବା ସମୟରେ ଝାଡେଶ୍ବର ଶୁଣ୍ଢି ନାମକ ଯୁବକ ଙ୍କୁ ଜାତୀଆଣ ମନ୍ତବ୍ୟ ଦେବା ସହ ବାପା ପୁଅ ମିସିକି ଛୁରି ଭୁଷି ମରଣାନ୍ତକ ଆକ୍ରମଣ କରିଥିବା ନେଇ ଝାଡେଶ୍ବର ଙ୍କ ପରିବାର ସଦସ୍ୟା ସୁର୍ଯ୍ୟ ଶୁଣ୍ଢି ଙ୍କ ତରଫରୁ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗ କୁ ଆଧାର କରି ଲକ୍ଷ୍ମୀପୁର ପୋଲିସ୍ ଆଟ୍ରୋସିଟି ମାମଲା ରେ ବିଜେପି ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାବୁଲା ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପୁଅ ଫେରାର୍ ଥିବା ପୋଲିସ୍ କହିଛି।ଅନ୍ୟ ପକ୍ଷରେ ବାବୁଲା ମହାରଣା ଙ୍କ ତରଫରୁ ତାଙ୍କ ପୁଅ କୁ ନିଲାବାଡି ଯାତ୍ରା ଅବସର ରେ ବନ୍ଧୁଗାଁରେ ମରଣାନ୍ତକ ଆକ୍ରମଣ ଓ କିଛିଦିନ ପରେ ଲକ୍ଷ୍ମୀପୁର ରେ ତାଙ୍କ ପତ୍ନି ଙ୍କୁ ଅସଦାଚରଣ ସହ ବସଷ୍ଟାଣ୍ଡ ରେ ମାଡ ମରାଯାଇଥିବା କୁ ନେଇଁ ଦୁଇ ଦୁଇଟି ମାମଲା ଦିଆଯାଇଥିଲେ ସୁଧା ପୋଲିସ ବିରୋଧି ଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଟାନ ନେବା ପରିବର୍ତେ ବାବୁଲା ଙ୍କ ନାଁ ରେ କେସ୍ ଦେବା ମାତ୍ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଦେଲେ ବୋଲି ବାବୁଲା ଙ୍କ ପତ୍ନି ଜୟନ୍ତି ମହାରଣା ଓ ପରିବାର ସଦସ୍ୟ ତରଫରୁ କୁହାଯାଇଛି।ଜାତୀଆଣ ମନ୍ତବ୍ୟ ମାମଲା ରୁଜୁ ହୋଇଥିବା କାରଣରୁ ଏହି କେସ୍ ର ଦାୟିତ୍ବ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନି କୁମାର ନାୟକ ଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।