Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଖ୍ୟାଧିକ ସଫେଇ କର୍ମଚାରୀ ଥାଇ ମଧ୍ୟ ମାସ ମାସ ଧରି ନାଳ ସଫେଇ ହେଉନାହିଁ।ମଶା ମାଛି ଦାଉରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।

ପର୍ଯଟନ ସ୍ଥଳୀ ର ସହର ଭାବେ ପରିଚିତ ରହିଥିବା ଗୋପାଳପୁର ଏନ ଏ ସି ରେ ଏବେ ମଶା ଆଉ ମାଛି ଦାଉରେ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଗୋପାଳପୁର ଏନ ଏ ସି ରେ ୧୧ ଟି ଓ୍ବାର୍ଡ ରହିଥିବା ବେଳେ ଜନସଂଖ୍ୟା ପ୍ରାୟ ୧୦ ହଜାର ହେବ। ଏଠାରେ ରହିଥିବା ସାହି ଗୁଡିକରେ ରହିଥିବା ନାଳ ଗୁଡ଼ିକୁ ସଠିକ ଭାବେ ସଫେଇ କରାଯାଉନଥିବାରୁ ଅନେକ ସମୟରେ ସାମାନ୍ୟ ବର୍ଷା ରେ ନାଳ‌ପାଣି ଘର ମଧ୍ୟରେ ପଶୁଥିବା ସହ ରାସ୍ତା ରେ ପାଣି ଜମି ରହୁଛି।ଆଜି ଯାଏଁ ଗୋପାଳପୁର ଏନ ଏ ସି ପକ୍ଷରୁ ସହରର ଦୂଷିତ ଜଳ ନିଷ୍କାସନ ନିମନ୍ତେ ଉଚିତ ବ୍ୟବସ୍ଥା କରାଯାଇନଥିବା ବେଳେ ସହରର ସମସ୍ତ ଦୂଷିତ ଜଳ ଗୋଟିଏ ପଟେ ବେକ ଓ୍ବାଟରରେ ମିଶୁଥିବା ବେଳେ ଅନ୍ୟପଟେ ବେଳାଭୂମି କଡ଼ରେ ଥିବା କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ଯୁବ ହଷ୍ଟେଲ ପାଚେରୀ ପରିସରରେ ଜମା ହେଉଛି। ଗୋପାଳପୁର ସହରର ସଫେଇ କାର୍ଯ୍ୟ ନିମନ୍ତେ ଏକ ଘରୋଇ ଠିକା ସଂସ୍ଥା କୁ ବାର୍ଷିକ ଏକ କୋଟି ଟଙ୍କା ଦିଆଯାଇ ୮୩ ସଫେଇ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅନେକ ସାହିରେ ନାଳ ଗୁଡ଼ିକୁ ସଫା କରାଯାଉନଥିବାରୁ ଅଞ୍ଚଳ ବାସୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଦେଇଛି।ଗତ କିଛି ଦିନ ତଳେ ଗତ ଏପ୍ରିଲ ୧ ତାରିଖରେ ଘଟିଥିବା ଅବିସ୍ରାନ୍ତ ବର୍ଷା ଯୋଗୁଁ ଗୋପାଳପୁର ରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ ବଜରା ସାହି ର ପଛପଟ ନାଳ ରେ ପାଣି ଜମିବା ସହ ଘର ମଧ୍ୟକୁ ପାଣି ପସି ଯାଇଥିଲା।ଏହା ସହ ହୋଟେଲ ମେ ଫେୟାର ରୋଡରେ ପାଣି ଜମି ଯାଇଥିଲା ।ଏହା ନେଇ ଖବର ପ୍ରସାରିତ ହେବା ପରେ ଏନ ଏ ସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ନାଳ ସଫେଇ କାମ ହୋଇଥିଲେ ମଧ୍ୟ ସଫେଇ କର୍ମଚାରୀ ମାନେ ଅଧା କାମ କରି ଛାଡ଼ି ଦେଇଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଯାଏଁ ଗୋପାଳପୁର ଏନ ଏ ସି ପକ୍ଷରୁ ନାଳ ପାଣି ଟ୍ରିଟମେଣ୍ଟ ନିମନ୍ତେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ହୋଇ ପାରିନାହିଁ। ଯାହାଫଳରେ ଦୂଷିତ ଜଳ ସାଇବାବା ସାହି ଓ ଓସପାର୍କ ହଏଚରଈ କଡ ଦେଇ ବେକ ଓ୍ବାଟରରେ ମିଶିବା ସହ ସମୁଦ୍ରରେ ମଧ୍ୟ ମିଶୁଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଯୁବ ହଷ୍ଟେଲ ପାଚେରୀ ପରିସରରେ ଦୀର୍ଘ ୮ବର୍ଷ ହେବ ଦୂଷିତ ଜଳ ଜମି ହେଉଥିବା ବେଳେ ଆଜି ଯାଏ ଏହାର ସମାଧାନ ର ପନ୍ଥା ବାହାରି ପାରି ନାହିଁ ଯାହା ଫଳରେ ଯୁବ ହଷ୍ଟେଲ ପରିସରରେ ଥିବା ସମସ୍ତ ନାଳ ସହ ସେପଟିକ ଟ୍ୟାଙ୍କ ଗୁଡ଼ିକ ଅକାମୀ ହୋଇଯିବା ସହ ହଷ୍ଟେଲ ପରିସର ମଶା ମାଛି ରେ ସବୁ ସମୟରେ ଭରି ରହୁଛି। ସୂଚନାଯୋଗ୍ୟ ଯେ ଯୁବ ହଷ୍ଟେଲ ପରିଚାଳନା କମିଟି ର ଅଧ୍ୟକ୍ଷ ଭାବରେ ନିଜେ ଗଞ୍ଜାମ ଜିଲ୍ଲାପାଳ ରହିଥିବା ବେଳେ ଆଜି ଯାଏଁ ଏହାର ସମାଧାନ ର‌ ପନ୍ଥା ବାହାରି ପାରିନାହିଁ।ଏ ନେଇ ଗୋପାଳପୁର ଏନ ଏ ସି ନଗର ବିଜେପି ସଭାପତି ପଞ୍ଚୁ ବେହେରା କହିଛନ୍ତି ଯେ ଗୋପାଳପୁର ର ସଫେଇ କାମ ଆଦୌ ହେଉନଥିବା କହିବା ଠିକ୍ ହେବ, ଏଠାରେ ଆବଶ୍ୟକ ୩୫ ସଫେଇ କର୍ମଚାରୀ ଆବଶ୍ୟକ ରହିଥିବା ବେଳେ ଦୁଇଗୁଣ ରୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ ରହିଛନ୍ତି।ଏହା ସତ୍ତ୍ୱେ ମଧ୍ୟ ବିଭିନ୍ନ ସାହିରେ ନାଳ ସଫେଇ ଠିକ ଭାବେ ହେଉନଥିବା ବେଳେ ରାତ୍ରି କାଳୀନ ସଫେଇ ଗତ କିଛି ଦିନ ହେଲା ବନ୍ଦ କରିଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳ ରେ ରାତ୍ରି କାଳୀନ ସଫେଇ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏଣୁ ନିର୍ବାଚିତ କାଉନସିଲ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥି ପ୍ରତି ଗୁରୁତ୍ବ ଦେବା ସହ ଗୋପାଳପୁର ବାସିନ୍ଦା ଙ୍କୁ ସୁସ୍ଥ ଜୀବନଯାପନ ବଞ୍ଚିବା ନିମନ୍ତେ ସଫେଇ କାମକୁ ଗୁରୁତ୍ବ ଦେବାକୁ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories