ଡେଙ୍ଗୁ ମେଲେରିଆ ଓ ଡାଇରିଆ ସଚେତନତା କାଯ୍ୟକ୍ରମ


ବେଲଗୁଣ୍ଠା ,24/07,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ତତ୍ୱାବଧାନରେ ଡେଙ୍ଗୁ, ମ୍ଯାଲେରିଆ ଓ ଡାଇରିଆ ରୋଗର କାରଣ, ପ୍ରତିକାର ଓ ନିରାକରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସରସ୍ବତୀ ଶିଶୁଵିଦ୍ୟାଭବନ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ରୂପେ ନଗର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ,ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର୍,ସାନିଟେସନ୍ ସୁପରଭାଇଜର୍ ଶିବରାମ ଚୌଧୂରୀ,ପଦ୍ମନାଭ ପ୍ରଧାନ , ବିଦ୍ୟାଳୟ ପ୍ରଧାନ ଗୁରୁଜୀ ସୂର୍ଯ୍ୟନାରାୟଣ ପାତ୍ର, ଶିବରାମ ପ୍ରଧାନ, ମାମାଜିନି ଓ ସୁମିତ୍ରା ଗୁରୁମା ,ଏନ୍ଫୋର୍ସମେଣ୍ଟ ଅଫିସର୍ ମନୀଷ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ସଚେତନତା ଶିବିରରେ ଘର ଚାରିପାଖକୁ ସଫା ରଖିବା ସହ ନଡ଼ିଆ ଖୋଳ, ଭଙ୍ଗା ପ୍ଲାଷ୍ଟିକ୍, ଟାୟାର୍ ଇତ୍ଯାଦି ସଫା କରିବା , କାରଣ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍ ମଶା ପ୍ରତି ସତର୍କ ରହିବା,ବାସୀ ଖାଦ୍ୟ,ମାଛି ବସିଥିବା ଖାଦ୍ୟ ଓ ଅପରିଷ୍କାର ପାଣି ଠାରୁ ଦୂରେଇ ରହିବା,ମଶାରୀ ଟାଙ୍ଗି ଶୋଇବା, ଦିନବେଳେ ସକାଳୁ ଫୁଲ ତୋଳିବାକୁ ଗଲେ ଫୁଲ୍ ଡ୍ରେସ୍ ପରିଧାନ କରିବା ଇତ୍ଯାଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା I ସଫେଇ ସମ୍ପର୍କରେ ଛାତ୍ରୀ ବିଦ୍ୟାଳୟରେ ସ୍ଵଚ୍ଛତା ସମ୍ପର୍କିତ ଶପଥପାଠ କରାଯାଇଥିଲା | ଶେଷରେ ସ୍ଵଛସାଥୀ ରାଞ୍ଜୁତାସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ |