Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ପରିବହନ ନିର୍ଦ୍ଦେଶକ ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି:୨୫/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇ ଓଡିଶା ହାଉସିଂ ବୋର୍ଡ କୁ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାୟିତ୍ୱ ମିଳିଥିବା ଜଣାପଡିଛି। ତେବେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜାତୀୟ ରାଜପଥ ୨୬ କଡ଼ ରେ ଥିବା ବଜାର ପଡିଆ କୁ ସ୍ଥାନୀୟ ତହସିଲ ପକ୍ଷରୁ ଜାଗା ଦିଆଯାଇଛି। ତେବେ ଏହି ଜାଗା ରେ କିଛି ପରିବାର ଜବର ଦଖଲ କରି ବାସଗୃହ ନିର୍ମାଣ କରିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି।ତେବେ ବର୍ତ୍ତମାନ ସୁଦ୍ଧା କିଛି ଲୋକେ ଘର ଛାଡି ନାହାଁନ୍ତି ଫଳରେ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ। ଏନେଇ ଗତକିଛି ଦିନ ତଳେ ପ୍ରମେୟ ଖବରକାଗଜ ରେ ଏକ ଶୀର୍ଷକ “ବସ ଷ୍ଟାଣ୍ଡ ନିର୍ମାଣ ରେ ମନ୍ଥରତା” ପ୍ରକାଶିତ ହୋଇଥିଲା । ଏହି ଖବର ଉପରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଙ୍କ ନଜର ପଡିବା ପରେ ଗୁରୁବାର ଭୁବନେଶ୍ୱର ରାଜ୍ୟ ପରିବହନ ଭବନ ରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ର ନିର୍ଦ୍ଦେଶକ ଦିପ୍ତେଶ କୁମାର ପଟ୍ଟନାୟକ ଙ୍କୁ ଭେଟି କୋକସରା ବସଷ୍ଟାଣ୍ଡ ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ଲିଖିତ ଭାବେ ଦେଇଛନ୍ତି। ରାଜ୍ୟ ପରିବହନ ବିଭାଗ ନିର୍ଦେଶକ ମଧ୍ୟ ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି। ବିଧାୟକ ଙ୍କ ସହ ସମାଜସେବୀ ହୃଷିକେଶ ମିଶ୍ର ଉପସ୍ଥିତ ଥିଲେ।
କଳାହାଣ୍ଡି ରୁ ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ ଓଡିଶା. ନ୍ୟୁଜ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories