Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଠଦଫା ଦାବି ନେଇ କାଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ୱଚ୍ଛ ସାଥୀଙ୍କ ସ୍ମାରକପତ୍ର ପ୍ରଦାନ

ବେଲଗୁଣ୍ଠା, 25/07, ନିଜର ଆଠ ଦଫା ଦାବି ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵଚ୍ଛ ସାଥୀଙ୍କ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି I ଦାବି ଗୁଡ଼ିକ ମଧ୍ୟରେ ରହିଛି ସରକାରଙ୍କ ନିର୍ଦ୍ଦେଶନା ପ୍ରକାରେ ବର୍ଦ୍ଧିତ ଦରମା ନିଃସର୍ତ୍ତରେ ପ୍ରଦାନ, କୌଣସି ପ୍ରକାର ଟାଳଟୂଳ ନୀତି ବିନା ଚିଠି ସଂଖ୍ୟା 9429/HUD/30-04-24 ଅନୁଯାୟୀ ଜାରି ପ୍ରସ୍ତାବକୁ ଲାଗୁ କରିବା, ସମସ୍ତ ସ୍ଵଚ୍ଛ ସାଥୀ ଏବଂ ସୁପରଭାଇଜରଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ, ସରକାରୀ କର୍ମଚାରୀଙ୍କ ପରି ସରକାରୀ ଛୁଟି ଦିନରେ ସବୈତନିକ ଛୁଟି ପ୍ରଦାନ, ୟୁଜର୍ସ ଫି ସଂଗ୍ରହ ବେଳେ ଦୁର୍ବ୍ୟବହାରକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ୟୁଜର୍ସ ଫି ଦେୟ ସଂଗ୍ରହରୁ ସ୍ଵଚ୍ଛ ସାଥୀ ଏବଂ ସୁପରଭାଇଜରଙ୍କ ମାସିକ ଦରମାର ପୃଥକୀକରଣ, ସ୍ଵଚ୍ଛ ସାଥୀ ଏବଂ ସୁପରଭାଇଜରଙ୍କୁ ବୀମା ଭୁକ୍ତ କରିବା ସହିତ ସାମାଜିକ ସୁରକ୍ଷା ଏବଂ ୟୁନିଫର୍ମ୍ ପ୍ରଦାନ, ସ୍ଵଚ୍ଛ ସାଥୀ ଏବଂ ସୁପରଭାଇଜରଙ୍କୁ ସବୈତନିକ ପ୍ରସୂତୀକାଳୀନ ଛଅ ମାସ ଛୁଟି ପ୍ରଦାନ, ଇପିଏଫ୍ ଏବଂ ଇଏସ୍ଆଇର ସୁବିଧା ପ୍ରଦାନ ସହିତ ସ୍ଵଚ୍ଛ ସାଥୀ ଏବଂ ସୁପରଭାଇଜରଙ୍କ କାର୍ଯ୍ୟର ତଦାରଖ କାଉନସିଲର୍ ଏବଂ କର୍ପୋରେଟର୍ ମାନଙ୍କ ଦ୍ୱାରା ନକରିବା ପାଇଁ ଉଲ୍ଲେଖ ରହିଛି I ଆଜି ସ୍ଵଚ୍ଛସାଥୀ ସୁପରଭାଇଜର ପାୟଲ କୁମାରୀ ମହାପାତ୍ରଙ୍କ ନେତୃତ୍ୱରେ ସ୍ଵଚ୍ଛସାଥୀ ମିନତୀ ମହାରଣା, ରଞ୍ଜୁକ୍ତା ସାହୁ, ଅଞ୍ଜଳି ରାଉତ ଏବଂ ରାଜଲକ୍ଷ୍ମୀ ପାଳ ପ୍ରମୁଖ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ