Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସହରରେ ବୁଲିଲା ଟିଫା ମେସିନ

ବେଲଗୁଣ୍ଠା, 25/07, ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ନାଳ, ନର୍ଦ୍ଦମା ମାନଙ୍କରେ ମଶା ବଂଶ ବୃ୍ଦ୍ଧି ସହିତ ଡେ଼ଙ୍ଗୁ, ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି I ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ସହରରେ ମଶାକୁ ନିୟନ୍ତ୍ରଣ କରିବା ନିମନ୍ତେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ସହରରେ ଟିଫା ମେସିନ୍ ବୁଲାଇ ଧୁଆଁ ସ୍ପ୍ରେ କରାଯିବା ସହିତ ବିଭିନ୍ନ ନାଳନର୍ଦ୍ଦମାରେ ମଶା ନାଶକ ଔଷଧ ସିଞ୍ଚନ କରାଯାଇଛି I ଆଜି ବେଲଗୁଣ୍ଠା ସହରର ବ୍ଳକ୍ ଏବଂ ଥାନା ପରିସରର ସମେତ ସମସ୍ତ ତେରଟି ୱାର୍ଡ୍ ତଥା କୋଳି ସାହି, କଂସାରି ସାହି, ପେଣ୍ଠ ସାହି, ଚଷା ସାହି, ଆଳିଆ ସାହି, ରଙ୍ଗଣୀ ପାଟଣା,ବାଙ୍କ ବଜାର,ଗୋପୀନାଥ ସାହି, ପଣ୍ଡା ସାହି, ଶାସନ ସାହି, ଧୋବା ସାହି,ସୁତୁମୂସର ରୋଡ଼୍,ଧନିଜାପଲ୍ଲୀ,ଭଗବତ୍ ପାଟଣାରେ ଧୂଆଁ ସ୍ପ୍ରେ କରାଯାଇଛି I ସହରର ଲୋକେ କିଛିଦିନ ହେବ ମଶା ଦାଉରେ ଛଟପଟ ହେଉଥିବା ବେଳେ ଆଜି ସାମାନ୍ୟ ଆଶ୍ଵସ୍ତି ଲାଭ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ