ଅମାତ ପାଲି ଗାଁ ମଝି ରାସ୍ତାରେ ବର୍ଷା ପାଣି ଜମି ଥିବାରୁ ବାଧା ସୃଷ୍ଟି ହେଉଛି ଯାତାୟତ ପାଇଁ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମାତପାଲି ଗାଁ ମଝି ରାସ୍ତାରେ ଖାଲ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଗାଁ ମଝିରେ ପ୍ରାୟ ୨ରୁ ୩ ଫୁଟ ପାଣି ଜମି ରାସ୍ତାରେ ଖାଲ ଖମା ହେବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଗାଁ ଦାଣ୍ଡରେ ଜମି ରହିଛି। ଏବେ ରାସ୍ତାରେ ଯିବା ପାଇଁ ଲୋକମାନେ ଯିବା ଆସିବା କଷ୍ଟକର ହୋଇପଡିଛି l ଅନ୍ୟ ପଟେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଏହି ସମସ୍ୟା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। । ଏହି ରାସ୍ତା ଦେଇ ଖଇରମାଲ , ବରଘାଟ , ଦାଦର , ବାଘରତୈଲl , ବ୍ରାହ୍ମଣୀପାଲି ଆଦି ଗାଁର ଲୋକମାନେ ନିତ୍ୟ ବ୍ୟବହାର ପାଇଁ ବଜାର , ବ୍ୟାଙ୍କ , କେଂଝରିଆପାଲି ପଂଚାୟତ କୁ ଚାଉଳ ପାଇଁ , ଆର. ଆଇ ଅଫିସ , ସମବାୟ ସମିତି , ହାଇସ୍କୁଲ ଓ ଭୁତିଆପାଲି କଲେଜ କୁ ଛାତ୍ର ଛାତ୍ରୀ ମାନେ ଉକ୍ତ ରାସ୍ତା ଦେଇ ପ୍ରତିଦିନ ପାଠ ପଢିବା ପାଇଁ ଯିବା ଆସିବା କରନ୍ତି l ଏହି ରାସ୍ତା ବିରାମହରାଜପୁର କୁ ସଂଯୋଗ କରୁଛି । ତେଣୁ ସାଧାରଣ ଲୋକେ ଯାତାୟତ ରେ ବହୁ ହଇରାଣ ହେବାକୁ ପଡୁଛି l ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଗାଁ ଭିତରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ଥା କରିବା କୁ ସାଧାରଣ ରେ ଦାବି ହେଉଛି l