ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଧ୍ୟମନ୍ଦିରରେ ବିଜ୍ଞାନ ମେଳା


ବେଲଗୁଣ୍ଠା, 28/07,ଆଜି ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚଳିତ ଶିକ୍ଷା ବର୍ଷର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ସଭାପତି ଉଦଘାଟନ କରିଥିଲେ ,I ଏଥିରେ ମୋଟ ୧୨୮ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ବର୍ଗର ଛାତ୍ର ଓ ଛାତ୍ରୀ ଅତି ଉଚ୍ଚକୋଟୀର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ଏହି ବିଜ୍ଞାନ ମେଳାକୁ ୮ ଜଣ ନିରୀକ୍ଷକ ମୂଲ୍ୟାଙ୍କନ କରି ଥିଲେ l ଏହାକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପବିତ୍ର କୁମାର ତ୍ରିପାଠୀ ସୁପରିଚାଳନା କରିଥିଲେ ଓ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ l ପରିଚାଳନା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିଶୁ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ l