ବିଦୂତ ଅଭାତରେ ଅଟୋ ଚାଳକଙ୍କ ମୃତୁ


ବେଲଗୁଣ୍ଠା, 29/07, ସାମାନ୍ୟ ଅସାବଧାନତାରୁ ବିଦ୍ୟୁତ୍ ଆଘାତରେ କ୍ଷତ୍ରିୟବରପୁର ଅଞ୍ଚଳର ଜଣେ ଅଟୋଚାଳକ ମୃତ୍ୟୁ ବରଣ କରିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ କ୍ଷତ୍ରିୟବରପୁର ରମେଶ୍ ସାହୁ (52) ଅଞ୍ଚଳରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ I ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ଆଜି ସକାଳେ ରମେଶ ନିଜ ଘର ପାଖରେ ଚଲାବୁଲା କରୁ୍ଥିବା ବେଳେ ଦୁର୍ଭାଗ୍ୟବଶତଃ ଘର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଝୁଲି ରହିଥିବା ତାର ସଂସ୍ପର୍ଶରେ ଆସିଯାଇଥିଲେ I ଫଳରେ ରମେଶ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ I ସ୍ଥାନୀୟ ଲୋକେ ବିଦ୍ୟୁତ୍ ଆଘାତରେ ଗୁରୁତର ରମେଶଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ I ରମେଶଙ୍କ ମୃତ୍ୟୁ ଖବର ଗାମରେ ପହଞ୍ଚିବା ପରେ ଏକ ଵୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ରମେଶ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୁଷମା, ପୁଅ ସନ୍ତୋଷ ଓ ଦୀପକ ଏବଂ ଝିଅ ସସ୍ମିତା ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି I ସ୍ଥାନୀୟ ଲୋକେ ରମେଶଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ସହ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି I