ସିଆଲଝୁଲି ଶନିଶ୍ଚର୍ ମନ୍ଦିରର ବାର୍ଷିକୋତ୍ସବ


ତରଭା,୨୨ /୪ ସୋନପୁର ବ୍ଲକ ଖରଝୁରା ପଞ୍ଚାୟତ ଅନ୍ତର୍ଗତ ସିଆଲଝୁଲି ଠାରେ ଥିବା ଶନିଶ୍ଚର ମନ୍ଦିରର ବାର୍ଷିକୋତ୍ସବ ଶନିବାର ପାଳିତ ହୋଇଯାଇଛି।ଏଥିରେ ବ୍ଯାସ ସହଦେବ ମିଶ୍ର ଶନିଶ୍ଚର ପୁରାଣ ପାଠ କରିଥିବା ବେଳେ ଉମାକାନ୍ତ ପାଣିଗ୍ରାହୀ,ଗିରିଶ ମିଶ୍ର,ମଦନ ଦାଶ ପୂଜକ ଏବଂ  ରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ବନ୍ଦିତା ମିଶ୍ର କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ ।ଘନଶ୍ୟାମ ମିଶ୍ର,ସଦାନନ୍ଦ ସାହୁ,ରତନ ଦଣ୍ଡସେନା,କଙ୍ଗାଲୁ ପୋଢ,ବୁଧୁ ଛତ୍ରିଆ,ପଞ୍ଚାନନ ଦଣ୍ଡସେନା ତଥା ଗ୍ରାମ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ମାନେ ସହଯୋଗ କରିଥିଲେ ।