Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ସଖୀ ୱାନଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳନ ଓ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରାଜ୍ୟ ସହାୟତା କେନ୍ଦ୍ର/(ଶକ୍ତି ସମ୍ବଳ)ୱାନ୍‌ଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଆଇଏସ୍‌ଆର୍‌ଡିର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆଇଏସ ଆରଡ଼ି ନିର୍ଦେଶକ କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ | ଆଇ ଏସ ଆର ଡି ର ନିର୍ଦେଶକ ଶ୍ରୀ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଳା ସମାଜ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏହି କେନ୍ଦ୍ରର ଭୂମିକା ଏବଂ ଏହି କେନ୍ଦ୍ର ଆଗକୁ ଏଭଳି କମକରି ଜିଲ୍ଲାରେ ଥିବା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷ୍ୟା ଦେଇ ଆସିଥିବା ବିଷୟରେ ଅବଗତ କରାଇଥିଲେ | ସଖୀ ୱାନ୍‌ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଜିଲ୍ଲାରେ ଏହି କେନ୍ଦ୍ର ସ୍ଥାପିତ ହୋଇ ୫ ବର୍ଷ ଧରି କାମ କରୁଥିବା ବେଳେ ଏହି କେନ୍ଦ୍ରରେ ହୋଇଥିବା ସମସ୍ତ ମାମଲା ସଂଖ୍ୟା ଏବଂ ଏହି କେନ୍ଦ୍ରର ଷ୍ଟାଫ ବିବରଣୀ ଏବଂ ସହାୟତା, ସୁବିଧା ଆଦି ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ଶିଶୁ କଲ୍ୟାଣ ସମିତି ର ଚେୟାର ପର୍ସନ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର ଏହି କେନ୍ଦ୍ର 24*7 ରେ ନିରବଛିନ୍ନ ଭାବରେ କାମ କରିବା ସହ ୱାନ ସ୍ଟପ ସେଣ୍ଟର ସବୁବେଳେ ସବୁ ସମୟରେ ସାହାଜ୍ୟ କରୁଥିବା ବିଷୟରେ କହିଛନ୍ତି | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ମମତାରଣୀ ଶତପଥି ୱାନ ସ୍ଟପ ସେଣ୍ଟର ଜିଲ୍ଲା ରେ ନିର୍ଯାତିତା ମହିଳା ଓ ବାଳିକା ମାନଙ୍କୁ ବହୁ ସହାୟତା ଯୋଗାଇ ଦେବା ବିଷୟରେ ମାତବ୍ୟକ୍ତ କରିବା ସହ ଏହି କେନ୍ଦ୍ର ଆଗକୁ ଆହୁରି ଭାଲ କାମ କରିବା ପାଇ ଉତ୍ସାହିତ କରିଥିଲେ | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ସୁଜାତା ପଟ୍ଟନାୟକ ୱାନ ସ୍ଟପ ସେଣ୍ଟର ଭଲ କରିବା ସହ ବହୁତ କେସ ଏହି କେନ୍ଦ୍ର ରେ ସମାଧାନ ହୋଇଥିବାରୁ ସମସ୍ତଷ୍ଟାଫ କୁ ବହୁ ପ୍ରଶଂସିତ କରିଥିଲେ | ଜିଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ରେ ହେଉଥିବା ମହିଳାଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ | ପଞ୍ଚମ ବାର୍ଷିକ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଛେନାପୋଡ଼ କେକ୍ କଟାଯାଇଥିଲା | ଉତ୍କଳ ବାଳାଶ୍ରାମର ପିଲାମାନଙ୍କୁ ନେଇ ସଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା | ସୁପରଭାଇଜର,ଅଙ୍ଗନବାଡି କର୍ମୀ , SHG ମହିଳା,ସ୍ଵେଚ୍ଛା ସାଥୀ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , କିଶୋରୀ ବାଳିକା ତଥା ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମର କର୍ମକର୍ତାଆଦି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହାୟତା କେନ୍ଦ୍ର/ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ସୁନିତା ବେହେରା, ସ୍ଵାଗତିକା ଦାସ, ମୋନାଲିସା ବେହେରା, ନିରୂପମା ରାଉଳ , N ଊଷା,ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ, ଟି। ସୁରେଶ କୁମାର ତଥା ଆଇଏସ ଆର ଡି ପରିବାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ |ପରିଶେସରେ ମୋହିନୀ ପ୍ରଧାନ, କେସ ୱାର୍କର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।