Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥରୁ କୁନ୍ଦୁଲି ହାଟକୁ ସ୍ଥାନାନ୍ତରିତ ପାଇଁ ପ୍ରୟାସ ଆରମ୍ଭ କରିଲେ ଜିଲ୍ଲା ଓ ବ୍ଲକ ପ୍ରକାଶ

ପଟ୍ଟାଙ୍ଗି୦୨/୦୮ଜାତୀୟ ରାଜପଥ ଉପରେ ସାପ୍ତାହିକ ହାଟ ବସୁଥିବା ଏବଂ ଜୀବନ କୁ ବାଜି ଲଗାଇ ଚାଷୀମାନେ ନିଜର ପନିପରିବା ବିକ୍ରି କରୁ ଥିବା ଯୋଗୁଁ ଉପୁଜିଥିବା ଟ୍ରାଫିକ୍ ସମସ୍ୟା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହାଟକୁ ସ୍ଥାନାନ୍ତରିତ ନିମନ୍ତେ ଆରମ୍ଭ କରାଯାଇଛି ପ୍ରୟାସ । ଏହିପରି କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ମାଳିପୁଟ ପଞ୍ଚାୟତ ଅଧିନରେ ରହିଥିବା କୁନ୍ଦୁଲି ସାପ୍ତାହିକ ହାଟ କୁ ନେଇ । ସୂଚନା ମୁତାବକ ଆନ୍ଧ୍ର ଏବଂ ଛତିଶଗଡ଼ ଦୁଇ ରାଜ୍ୟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ କୁନ୍ଦୁଲି ସାପ୍ତାହିକ ହାଟ ଦେଇ ଯାଇଥିବା ବେଳେ ଉକ୍ତ ରାଜପଥ କଡରେ ଚାଷୀ ନିଜର ପନିପରିବା ନେଇ ବିକ୍ରି କରୁଥିବା ବେଳେ ଏହାକୁ ନେଇ ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି । ଯାହାକି ଉକ୍ତ ସାପ୍ତାହିକ ହାଟ ଟି ଜିଲ୍ଲାର ସବୁଠାରୁ ବଡ ହାଟ ହୋଇ ଥିବା ବେଳେ ଉପରୋକ୍ତ ଦୁଇ ରାଜ୍ୟ ସମେତ ଆଖପାଖ ବ୍ୟାପରି ପହଞ୍ଚି ପନିପରିବା କିଣି ନିଜ ନିଜର ଅଞ୍ଚଳକୁ ନେଇଥାନ୍ତି । ଏହିପରି କି ହାଟର ଚାହିଦା କୁ ଦେଖି ରାଷ୍ଟ୍ରୀୟ କୃଷି ବଜାର ଯୋଜନା ମାଧ୍ୟମରେ ୨୦୧୪ ମସିହାରେ ୦୪ ଏକର ଜମିରେ ନିୟନ୍ତ୍ରିତ ବଜାର କମିଟି
କୋରାପୁଟ ନାମରେ ଏକ ବିରାଟ କାୟ ହାଟ ପିଣ୍ଡି ସିତଳ ଭଣ୍ଡାର ସହ ଚାଷୀ ଓ ବ୍ୟାପାରି ମାନଙ୍କ ସୁବିଧା ନିମନ୍ତେ ଉନ୍ନତ ମାନର ବ୍ୟବସ୍ଥା କରାଯାଇଛି । ଯାହାକି ୨୦୧୭ ମସିହା ଠାରୁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଉକ୍ତ ସ୍ଥାନରେ ଚାଷୀ ମାନେ ବସି ବ୍ୟବସାୟ କରୁନଥିବା ସହ ଜାତୀୟ ରାଜପଥ କଡରେ ବସି ବ୍ୟାପାର କରୁଛନ୍ତି । ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ହେଉଥିବା ଯୋଗୁଁ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ବେଣୁଧର ଶବର ଙ୍କ ଉପସ୍ଥିତ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ , ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା ,ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଥାନାଧିକାରୀ ଚତୁର୍ଭୁଜ ନାୟକ , ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଅରୁଣ କୁମାର ଜେନା , ତହସିଲ ସୁପ୍ରଭାଇଜର ଗୁପ୍ତ ପ୍ରସାଦ ତ୍ରିପାଠୀ , ରାଜସ୍ୱ ନିରିକ୍ଷକ ଦୁର୍ଯ୍ୟୋଧନ ନାୟକ ଏବଂ ପିଇଓ ଚିନ୍ମୟ ମିଶ୍ର ପ୍ରମୁଖ ଙ୍କୁ ନେଇ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ଚାଷୀଙ୍କୁ କିପରି ସ୍ଥାନାନ୍ତରିତ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସମସ୍ତେ ଉକ୍ତ ସାପ୍ତାହିକ ହାଟରେ ପହଞ୍ଚି ବସି ରହିଥିବା ଚାଷୀଙ୍କୁ ବୁଝାଇ ଜାତୀୟ ରାଜପଥ କଡରେ ଚାଷୀ ବସି ବିକ୍ରି କରୁଥିବା ସ୍ଥାନକୁ ରେଡ୍ ଜୋନ୍ ଦର୍ଶାଇ ଲାଲ୍ ରିବନ୍ ବାନ୍ଦି ହୋଇଥିବା ନିୟନ୍ତ୍ରିତ ବଜାର ପରିସରରେ ବସି ବ୍ୟବସାୟ କରିବା କୁ ବୁଝାଇଥିଲେ । ଏଥିରେ ଖିଲାପି କଲେ ପ୍ରଶାସନ ବାଧ୍ୟ ହୋଇ ଆଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାଇ ଦେଇଥିଲେ । ଏଠାରେ ସୂଚନା ଥାଉକି ପ୍ରଶାସନ ପକ୍ଷରୁ ଏହିପରି ପ୍ରୟାସ ପୁର୍ବରୁ
୦୪ ରୁ ୦୫ଥର କରା ଯାଇଥିଲେ ମଧ୍ୟ ଏଥିରେ ପ୍ରଶାସନ ବିଫଳ ହୋଇଛି ।