Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କିଲ ଇଣ୍ଡିଆ ଡେଭେଲାପମେଣ୍ଟ ଏଜେନ୍ଚ୍ୟ ତରଫରୁ ଛାତ୍ରଛାତ୍ରୀଙ୍କୁ ମାଗଣା ତାଲିମ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, 02/08, ଭାରତ ସରକାର ଗରୀବ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନିରେ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ସ୍କିଲ୍ ଇଣ୍ଡିଆ ଡେଭଲପମେଣ୍ଟ୍ ଏଜେନ୍ସି ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ମାସିଆ ତାଲିମ ପ୍ରଦାନ କରି ସେମାନଙ୍କ ମାନ ଯାଞ୍ଚ୍ କରି କମ୍ପାନିରେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି I ଏନେଇ ଆଜି ଭଞ୍ଜନଗର ଏଲ୍ଆଇସି ଛକରେ ପି.ଏନ୍.ୱାଇ ଇଂଜିନିୟରିଂ ଆଣ୍ଡ୍ ସର୍ଭିସ୍ ସଂସ୍ଥା ଦ୍ୱାରା ଏକ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର୍ ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ନିର୍ମଳ ଚନ୍ଦ୍ର ରାଉତ, ଯଜ୍ଞ ପ୍ରକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହା ଉଦ୍ଘାଟିତ ହୋଇଛି I ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରତିନିଧି ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ଭଞ୍ଜନଗର ପ୍ରେସକ୍ଲବ ସଭାପତି ଲୋକନାଥ କର, ଗଂଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ସାଧରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ,ସମ୍ବାଦ ଗଞ୍ଜାମ ଜିଲ୍ଲା ପ୍ରତିନିଧି ବିଶ୍ୱମ୍ଭର ଜେନା,ଯୁବ ସାମ୍ବାଦିକ ବିରେନ୍ଦ୍ର ସ୍ଵାଇଁ, ଶିକ୍ଷାବିତ୍ ଗଗନ ଲେଙ୍କା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସରକାରଙ୍କ ଆଭିମୁଖ୍ୟ, ପିଲାଙ୍କ ଭବିଷ୍ୟତ ଏବଂ କମ୍ପାନିରେ ନିଯୁ୍କ୍ତି ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ କେଉଁ ପ୍ରକାର ନିଯୁକ୍ତି ଦିଆଯିବ ଏବଂ କଣ ତାଲିମ୍ ଦିଆଯିବ, ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହାର ଫାଇଦା ଉଠାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ I ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଦୁଇଟି ବିଭାଗ ଯଥା ଜିନ୍ଦଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ଟୁରିଜିମ୍ ଆଣ୍ଡ୍ ହସ୍ପିଟାଲିଟି ବିଭାଗରେ ତାଲିମ୍ ଦେବାର ବ୍ୟବସ୍ଥା ରହିଛି I ଜିନ୍ଦଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ରେ ଡାଟା ଏଣ୍ଟ୍ରି ଅପରେଟର୍ ଭାବେ ନିଯୁକ୍ତି ପାଇବା ପାଇଁ ଦଶମ ଶ୍ରେଣୀ ପରୀକ୍ଷାରେ ଅନ୍ୟୁନ 50 ପ୍ରତିଶତ ନମ୍ବର୍ ରଖି ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ପାଇଁ ଅଣଆବାସିକ ତାଲିମ୍ ର ବ୍ୟବସ୍ଥା କରାଯାଇଥିବା ବେଳେ ଟୁରିଜିମ୍ ଆଣ୍ଡ୍ ହସ୍ପିଟାଲିଟି ବିଭାଗରେ ଡିଲିଙ୍ଗ୍ ଆସୋସିଏଟ୍ ଏବଂ ଫ୍ରଣ୍ଟ୍ ଅଫିସ୍ ଆସୋସିଏଟ୍ ପଦବୀ ପାଇଁ ଯୁକ୍ତଦୁଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଆବାସିକ ଏବଂ ଅଣଆବାସିକ ତାଲିମ୍ ପ୍ରଦାନର ବ୍ୟବସ୍ଥା ରହିଛି I ସମସ୍ତ ଛାତ୍ରଛାତ୍ରୀଙ୍କୁ ଦୈନିକ ଦୁଇଘଣ୍ଟା ମାଗଣା ତାଲିମ୍ ପ୍ରଦାନ କରାଯିବାକୁ ଥିବା ବେଳେ ଅଣଆବାସିକ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରିବାର ବ୍ୟବସ୍ଥା ରହିଛି I ଦୁଇମାସ ପରେ ତାଲିମ୍ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଶତପ୍ରତିଶତ ନିଯୁକ୍ତିର ବ୍ୟବସ୍ଥା ରହିଛି ବୋଲି ସଂସ୍ଥା ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି I ଆଜି ତାଲିମ୍ ର ପ୍ରଥମ ଦିନରେ 151 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ତାଲିମ୍ ଶିବିରରେ ଅଭିଜ୍ଞ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି I ତାଲିମ୍ ଶିବିରରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡା ଅଞ୍ଚଳରୁ ଯୋଗଦେଇଥିଲେ I ଆଗାମୀ ଦିନରେ ଶିବିରରେ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯିବ ବୋଲି ସଂସ୍ଥା ନିର୍ଦ୍ଦେଶକ ପ୍ରକାଶ ବିଶ୍ୱାଳ ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ