Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତ୍ମ ସମର୍ପଣ ନୁହେଁ, ଗିରଫ ହୋଇଛି ପଳାତକ ଅମୃତପାଲ ସିଂ, ପଞ୍ଜାବ ପୋଲିସ ପ୍ରଥମ ବୟାନ ଜାରି

ନୂଆଦିଲ୍ଲୀ: ୩୫ ଦିନ ପର୍ଯ୍ୟନ୍ତ ପୋଲିସ୍ ଏବଂ ଗୁଇନ୍ଦା ସହ ଲୁଚକାଳି ଖେଳ ଖେଳିବା ପରେ ଶେଷରେ ଧରା ପଡିଲା ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ। ପଞ୍ଜାବର ମେଗା ପୋଲିସ କୁଖ୍ୟାତ ଖାଲିସ୍ତାନୀ ନେତା ଜରନେଲ ଭିଣ୍ଡରଓ୍ଵାଲେଙ୍କ ପୈତୃକ ଗାଁ ରୋଡେର ଅମୃତପାଲଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ସାମାଜିକ ଗଣମାଧ୍ୟମରେ ଗୁରୁଦ୍ଵାରାରେ ସମ୍ବୋଧନର ଏକ ଭିଡିଓ ଭାଇରାଲ୍ ହୋଇଛି। ଅନ୍ୟପଟେ ତାର ଗିରଫଦାରୀ ପରେ ପଞ୍ଜାବ ପୋଲିସ ପ୍ରଥମ ବୟାନ ଜାରି କରିଛି।

ପୋଲିସ୍ ଅନୁଯାୟୀ ଅମୃତପାଲଙ୍କୁ ଗିରଫ କରାଯାଇଛି। ସେ ଆତ୍ମ ସମର୍ପଣ କରି ନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁରୁଦ୍ଵାରେର କର୍ମଚାରୀ ପୋଲିସକୁ ଅମୃତପାଲ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଗୁରୁଦ୍ଵାରେରେ ପହଞ୍ଚିବା ମାତ୍ରେ ଅମୃତପାଲ ଆତ୍ମ ସମର୍ପଣ କରିଥିଲା।

ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଗିରଫ କରି ଆସାମର ଡିବ୍ରୁଗଢ ଜେଲ୍ ପଠାଉଛି। ଡିବ୍ରୁଗଢରେ ଅମୃତପାଲର ବାକି ସାଥୀ ବନ୍ଦୀ ଅଛନ୍ତି। ପୋଲିସ ମହାନିରୀକ୍ଷକ(ମୁଖ୍ୟାଳୟ) ସୁଖଚୈନ ସିଂ ଗିଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ପୋଲିସ ଅମ଼ୃତପାଲ ସିଂ ଉପରେ ଲଗାତାର ଚାପ ପକାଇ ଚାଲିଥିଲା। ତା ନିକଟରେ ଆତ୍ମ ସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା। ପୋଲିସ ପାଖରେ ବଳିଷ୍ଠ ସୂଚନା ଥିଲା ଯେ, ଅମୃତପାଲ ରୋଡେଗାଓଁରେ ଛପି ରହିଛି। ଯେବେ ତା ନିକଟରେ କୌଣସି ବିକଳ୍ପ ନଥିଲା, ସେ ଆଉ ଫେରାର ମାରିବାକୁ ଚେଷ୍ଟା କରିନଥିଲା। ପୋଲିସ ତାକୁ ଗିରଫ କରିଥିବା ମହାନିରୀକ୍ଷକ କହିଛନ୍ତି।

ଆଇଜିପି କହିଛନ୍ତି, ଗୁରୁଦ୍ଵାରେର ମର୍ଯ୍ୟାଦାର ପାଳନ କରାଯାଇ ପୋଲିସ ଭିତରକୁ ପ୍ରବେଶ କରିନଥିଲା। ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଏବଂ ଅମୃତସର ଗ୍ରାମୀଣ ପୋଲିସ ଦ୍ଵାରା ଏକ ମିଳିତ ଅପରେସନରେ ଅମୃତପାଲକୁ ଗିରଫ କରାଯାଇଛି। ଅନ୍ୟପଟେ ଏହି ଖାଲିସ୍ତାନୀ ନେତାଙ୍କ ଗିରଫଦାରୀ ପରେ ପୂରା ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି। କୌଣସି ବି ସ୍ଥିତିରେ ରାଜ୍ୟର ମାହୋଲ ଖରାପ ହେବାକୁ ଦିଆଯିବ ନାହିଁ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ