ଗାଈମାନଙ୍କୁ ଟୀକା କରଣ


ବେଲଗୁଣ୍ଠା,05/07,ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ସମସ୍ତ ଏଲ୍ଏସି ତଥା କେ ନୂଆଁଗଡ଼,ଗୋବରା,ନେଟେଙ୍ଗା,କାଳିଆଗୁଡ଼ା ,ଗାଙ୍ଗପୁର ପଂଚାୟତର,ଗାଙ୍ଗପୁର,ବୋରୀ,କୁମୁଣ୍ଡି, ଚଢିଆପଲ୍ଲୀ,ଗୋପନଗର ଗ୍ରାମରେ ଗାଈ ମାନଙ୍କୁ ଚର୍ମବିଣ୍ଡି ରୋଗର ପ୍ରତିଶେଧକ ଟୀକାକରଣ କରାଯାଇଛି I ବର୍ତ୍ତମାନ ସୁଦ୍ଧା ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଆନୁକୂଲ୍ୟରେ ଅଞ୍ଚଳର 2000 ରୁ ଊର୍ଦ୍ଧ୍ଵ ଗାଈଙ୍କୁ ଏହି ଟୀକାକରଣ କରାଯାଇଛି I ରୋଗର ନିରାକରଣ ନିମନ୍ତେ ନିୟମିତ ଟୀକାକରଣ ସହିତ ଗାଈଗୋରୁ ଏବଂ ଗୁହାଳକୁ ପରିଷ୍କାର ରଖିବା ନିମନ୍ତେ ପ୍ରାଣୀ ଚିକିତ୍ସକ ଡାକ୍ତର ଅବିନାଶ ସାହୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି I ସେହିପରି ଚର୍ମବିଣ୍ଡି ଏକ ସଂକ୍ରାମକ ରୋଗ ହୋଇ ଥିବାରୁ ସଂକ୍ରମିତ ଗାଈଙ୍କୁ ମେଳକୁ ନ ଛାଡ଼ିବା ପାଇଁ ଡ଼ାକ୍ତର ଶ୍ରୀ ସାହୁ ଲୋକଙ୍କୁ ପରାମର୍ଶ ଦେଇଥିଲେ I ଆଜି ଗାଙ୍ଗପୁର ପଂଚାୟତର ଗୋପନଗର ଗ୍ରାମରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଏବଂ ଡ଼ାକ୍ତର ଅବିନାଶ ସାହୁଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସୁନୀଲ୍ କୁମାର ପାଣିଗ୍ରାହୀ ଗାଈଙ୍କୁ ଟୀକାକରଣ କରିଥିଲେ I ତିନି ମାସରୁ ଊର୍ଦ୍ଧ୍ୱ ବୟସର ଗାଈଙ୍କୁ ଏହି ଟୀକାକରଣ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ପ୍ରାଣୀ ଚିକିତ୍ସକ ଡାକ୍ତର ଅବିନାଶ ସାହୁ ସୂଚନା ଦେଇଛନ୍ତି I