Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଡଗଡଦଲାରେ ରକ୍ତଦାନ ଶିବିର

ବରପାଲି:ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ବାବୁଙ୍କ ତିରୋଧାନ ଦିବସ ସ୍ମୁତିରେ ଲେଣ୍ଡା ପଚାଂୟତ ଗଡଗଡଦଲା ଗ୍ରାମରେ ଏକ ଭ୍ରାମ୍ଯମାଣ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୂଖ୍ଯଅତିଥି ଭାବରେ ଲେଣ୍ଡା ସରପଚଂ ସୁଜାତା ବେହେରା କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଓଡିଶା ମୋ ପରିବାର ଓ ଜିବନବିନ୍ଦୁ ପକ୍ଷରୁ ଆୟୋଜିତ ଶିବିରରେ ବିଜୁ ଜନତା ଯୁବ,ଛାତ୍ର ଓ ମହିଳାଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ସହାୟତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଶିବିରରୁ ୩୩ ୟୁନିଟ ରକ୍ତଥୈଳୀ ସଂଗୃହୀତ ହୋଇ ବରଗଡ ଜିଲ୍ଲା ରେଡକ୍ରସ ସଂସ୍ଥାକୁ ପଠାଯାଇଥିଲା। କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଓଡିଶା ମୋ ପରିବାର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର ଯୋଗଦେଇ ରକ୍ତଦାତା ଏବଂ କାର୍ଯ୍ଯକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବ୍ଳକର ବିଭିନ୍ନ ପଚାଂୟତ ସରପଞ୍ଚ ଓ ଜନ ପ୍ରତିନିଧି ଓ ଯୁବାକର୍ମି ମାନେ ଶିବିର ସଫଳତା ପାଇଁ ସହାୟତା କରିଥିଲେ। ଆୟୋଜିତ ଶିବିରରେ ତିନ ଦମ୍ପତିଙ୍କ ସମେତ 33 ଜଣ ରକ୍ତଦାତା ରକ୍ତଦାନ କାର୍ଯ୍ଯରେ ଭାଗିଦାର ହୋଇଥିଲେ। ସମାସେବୀ ଡିରେକ୍ଟର ବେହେରାଙ୍କ ତତ୍ବାଧିନରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଦଶରଥ ବେହେରା କଟାପାଲି ସମିତି ସଭ୍ଯ ଅରୁଣ ସାହୁ ୱାର୍ଡ ମେମ୍ବର ହରିଷ ବେହେରା, ସୁଜିତ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ । ପରିଚାଳନାରେ ବିଶି ବେହେରା,ବିଶି କେସନ ବେହେରା ହରି ମହିସାଲ, ସୁବାସ ନାଗ, ସୁଧୀର ବେହେରା, ଶଙ୍କରଷଣ ପରିଡିଆ, ସୁରଥ ପରଡ଼ିଆ, ରୂପା ବେହେରା ଜୟନ୍ତୀ ପରଡ଼ିଆ ପୁଷ୍ପା ପରଡ଼ିଆ ଶ୍ରୀୟା ବେହେରା ସୁନିତା ବେହେରା ପଦ୍ମିନୀ ବେହେରା ଭାରତୀ ବେହେରା ସୁଦେଵ ବେହେରା ଅଶୋକ ବେହେରା ସମେତ ଅଇଁଠାପାଲି ଗ୍ରାମର ଛାୟାକାନ୍ତ ବରିହା ମଘାନନ୍ଦ ପଧାନ ସଚ୍ଚିଦାନନ୍ଦ ବେହେରା ବୃନ୍ଦାବନ ବେହେରା ପ୍ରଜାପତି ବେହେରା ମଗଶିର ଭୋଇ ପ୍ରମୁଖ ସହଯୋଗ କରିଥିଲେ।