Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିରିଶି ବର୍ଷରେ ପଦାର୍ପଣ କଲା ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ

ବେଲଗୁଣ୍ଠା, 06/08, ଗାଙ୍ଗପୁରରେ ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ 29 ବର୍ଷ ପୂରଣ କରିସାରିଥିବା ବେଳେ ଆଜି ତିରିଶି ବର୍ଷରେ ପଦାର୍ପଣ କରିଛି I ଏହି ଅବସରରେ ଆଜି ଅନୁଷ୍ଠାନର ତିରିଶିତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରତ୍ନାକର ନାୟକ, ନିତ୍ୟାନନ୍ଦ ବିଷୋୟୀ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପ୍ରତିଷ୍ଠା ପର ଠାରୁ ବିଦ୍ୟାଳୟର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ I ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ଡ଼ାକ୍ତର, ଶିକ୍ଷକ, ସୈନ୍ୟ ବାହିନୀ, ଇଞ୍ଜିନିୟର୍, ପୋଲିସ୍ ଭଳି ଉଚ୍ଚ ପଦବୀ ସହିତ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ସଫଳତା ହାସଲ କରିପାରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ନେତୃତ୍ୱରେ ଗୁରୁଜୀ ମିଥୁନ ନାୟକ,ଗଣେଶ ସାହୁ,ପବିତ୍ର ମୋହନ ବିଷୋୟୀ,ବିଶ୍ୱରଂଜନ ସେଠୀ,ଶିବରାମ ସ୍ବାଇଁ,ଦେବାଶିଷ ବିଷୋୟୀ,ଗୁରୁମା ରିନା ସାହୁ,ପ୍ରତିମା ବିଷୋୟୀ,ସନ୍ତୋଷିନୀ ଗୌଡ,ସୁଗ୍ଯାନୀ ପଟ୍ଟନାୟକ,ଜ୍ୟୋସ୍ନା ପ୍ରଧାନ,ବୈଶାଖୀ ବେହେରା,ରାଜକୁମାରୀ ସେଠୀ,ସନ୍ତୋଷୀ ଗୌଡ,ତେଜ କୁମାରୀ ବେହେରା,ଝାନସୀ ଭୂୟାଁ,ଆରତୀ ସ୍ୱାଇଁ,ରୋଜିମା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ