Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମପ୍ରାଣା ମହିଳା ଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତି ବିଶେଷ।

କଳାହାଣ୍ଡି:୦୭/୦୮
କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ଜଣେ ଧର୍ମପ୍ରାଣା ମହିଳା ଉର୍ବଶୀ ଭୋକ୍ତା ଙ୍କ ପରଲୋକ ଗମନ ହୋଇଥିବା ବେଳେ ତାଙ୍କ ଆତ୍ମା ର ଶାନ୍ତି ପାଇଁ ଦ୍ଵାଦଶାହ କାର୍ଯ୍ୟକ୍ରମ କେସିଙ୍ଗା ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ଶ୍ରୀ ମଧୁ ମହାନ୍ତି, ସମେତ ପୂର୍ବତନ ନଗରପାଳ ଭବାନୀପାଟଣା ଆଦିତ୍ୟ ନନ୍ଦ, ବିଜେଡି ଦଳ ରାଜ୍ୟ ଉପ ସଭାପତି ମଣ୍ଟୁ ନାଏକ, ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ନଗରପାଳ ନୃପରାଜ ୟାଦବ, ଦକ୍ଷିଣ ଓଡ଼ିଶା ବ୍ୟୁରୋ ଚିଫ ଅମୂଲ୍ୟ ରତ୍ନ ସାହୁ, ଡୁଙ୍ଗରିପାଳି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିପନ କୁମାର ଦୀପ ଓ ଶତାଧିକ ଆତ୍ମୀୟ ସ୍ୱଜନ, ଜ୍ଞାତି କୁଟୁମ୍ବ ଯୋଗଦେଇ ସ୍ବର୍ଗତା ଧର୍ମପ୍ରାଣା ମହିଳା ଉର୍ବଶୀ ଭୋକ୍ତା ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସ୍ବର୍ଗତା ଧର୍ମପ୍ରାଣା ମହିଳା ଉର୍ବଶୀ ଭୋକ୍ତା ଙ୍କ ସୁପୁତ୍ର ପ୍ରଣବ ଭୋକ୍ତା ମା ଙ୍କ ଦ୍ଵାଦଶାହ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।