ବାର୍ ବାର୍ ବିଜୁଳି କାଟ୍ କୁ ନେଇ ତାତିଲେ ଛାତ୍ର ଛାତ୍ରୀ…ଅବରୋଧ କଲେ ଜାତୀୟ ରାଜପଥ।ଘଂଟାଏ ପରେ ହେଲା ସ୍ୱାଭାବିକ.


ଲକ୍ଷ୍ମୀପୁର ୦୭/୦୮ …
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ ରେ ବାରମ୍ବାର ବିଜୁଳି କାଟ୍ କୁ ନେଇ ଉତ୍ୟକ୍ତ ହେଲେ ଛାତ୍ର ଛାତ୍ରୀ।ଏନେଇ ଜାତୀୟ ରାଜପଥ ଅବରୋଧ କରିବାକୁ ବି ପଛାଇ ନାହାନ୍ତି।ପ୍ରାପ୍ତ ଖବର ଅନୁଯାୟୀ ଲକ୍ଷ୍ମୀପୁର ବ୍ଲକରେ ପ୍ରତ୍ୟେକ ଦିନ ବାର୍ ବାର୍ ବିଜୁଳି ଫେଲ୍ ହୋଉଥିବାକୁ ନେଇ ବ୍ଲକ୍ ବାସିନ୍ଦା ଅତିଷ୍ଟ୍ ହୋଇ ପଡିଲେଣି।ଏନେଇ ବ୍ଲକ୍ ରେ ଥିବା ବିଭିନ୍ନ ସେବାଶ୍ରମ ରେ ରହୁଥିବା ଅନ୍ତେବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଛାତ୍ର ମାନେ ଯାହା ଯେମିତି ଚଳେଇ ନେଉଥିବା ବେଳେ ଛାତ୍ରୀ ମାନେ କିନ୍ତୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ହେଲେ ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ସ୍ଥାୟୀ ବ୍ୟବସ୍ତା ନକରି ଚୁପ ବସିଛନ୍ତି ।ଦିନ ହେଲେ ସେବାଶ୍ରମ ରେ ରହୁଥିବା ଗରିବ ଛାତ୍ର ଛାତ୍ରୀ କିପରି ରହୁଛନ୍ତି ତାହା ଦେଖିବାକୁ ବାବୁ ମାନଙ୍କ ପାଖରେ ସମୟ ନାହିଁ।ବାରମ୍ବାର ବିଜୁଳି କାଟ୍ ଛାତ୍ର ଛାତ୍ରୀଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥିଲେ ମଧ୍ୟ ପ୍ରଶାସନ କେବେବି ଜାଣିବାକୁ ଚେଷ୍ଟା କରି ନାହିଁ।ଦିନକୁ ଦୁଇଓଳି ଖାଇବାକୁ ଦେଇ ଦେଇ ପ୍ରଶାସନ ତାର ଦାୟିତ୍ଵ ରୁ ଓହରି ଯାଇଛି।ବାକି ସମସ୍ୟା ବିଷୟରେ କେହିବି ଏଇ ଛାତ୍ର ଛାତ୍ରୀଙ୍କ ଜୀବନରେ ହସ୍ତକ୍ଷେପ କରିନାହାନ୍ତି।ଏନେଇ ପାଠ ପଢାଠୁ ଆରମ୍ଭ କରି ସେମାନଙ୍କ ଦୈନିକ ଜୀବନରେ କଣ ଘଟୁଛି ତାହା କେବେବି ପ୍ରଶାସନ ଜାଣିବାକୁ ଚେଷ୍ଟା କରି ନାହିଁ।ସେମାନଙ୍କ ଜୀବନରେ ବିଜୁଳି ଫେଲ୍ ବହୁତ୍ ବଡ ସମସ୍ୟା ରୂପେ ଛିଡ଼ା ହୋଇଛି।
ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ସମସ୍ୟା ସମସ୍ତଙ୍କ ପାଇଁ ବହୁତ ବଡ ସମସ୍ୟା ରୂପେ ଛିଡ଼ା ହୋଇଥିବା ବେଳେ ଦୈନିକ ବାର୍ ବାର୍ ବିଜୁଳି ଫେଲ୍ ହେଉଥିବାରୁ ଆଜି ବୁର୍ଜା ସେବାଶ୍ରମର ଛାତ୍ର ଛାତ୍ରୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।ଏନେଇ ଆଜି ରାତି ସାତଟାରେ ବୁର୍ଜା ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୩୨୬ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥିଲେ।ଫଳରେ ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବାର ଘଣ୍ଟାଏ ପରେ ଅବରୋଧ ହଟିଥିଲା।ପରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କାହାକୁ ତମେ ଏହି ସମସ୍ୟା ଉପରେ ଜଣାଇ ରାଜା ରାସ୍ତା ଅବରୋଧ କଲ ବୋଲି ପ୍ରଶ୍ନ କରିଥିଲେ।ଏନେଇ ଛାତ୍ର ଛାତ୍ରୀ ମାନେ ନିଜ ନିଜ ସମସ୍ୟା ବିଷୟରେ କହିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଯିବ ବୋଲି କହି ସେଠାରୁ ପଳାଇ ଯାଇଥିଲେ।ଛାତ୍ର ଛାତ୍ରୀ ଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୁ ହଟିଥିଲେ, ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ବ୍ଲକ୍ ରେ ଅନେକ ସେବାଶ୍ରମ ରହିଥିବା ବେଳେ ବାର୍ ବାର୍ ବିଜୁଳି ଫେଲ୍ ସେମାନଙ୍କ ଜୀବନରେ ବଡ ସମସ୍ୟା ରୂପେ ଛିଡ଼ା ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ବସି ପଡ଼ୁଛନ୍ତି।ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି।ଆଗକୁ କିପରି ସ୍ଥାୟୀ ସମାଧାନ କରାଯିବ ସେନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.