ବରପାଲି:ବରପାଲି ଶିତଳଷଷ୍ଠୀ ଯାତ୍ରାକମିଟି ପକ୍ଷରୁ ଆୟୋଜିତ ମହାନ ୧୪୬ତମ ଶିବପାର୍ବତୀ ବିବାହତ୍ସୋବର ପ୍ରଥମ ଚରଣ ଆଦ୍ୟପର୍ବ ଥାଳଉଠା ଓ ସଙ୍କଳ୍ପ ସହ ଭକ୍ତମଣ୍ତଳିଙ୍କ ବ୍ରତଧାରଣ କାର୍ଯ୍ୟକ୍ରମ ରିତିନିତୀ ମଧ୍ୟରେ ସମାପନ ହୋଇଯାଇଛି । ରବିବାର ସଂଧ୍ଯା ସମୟରେ ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ପ୍ରତି ବର୍ଷ ପରି ପରମ୍ପରା ଭିତ୍ତିକ ଭାବେ ଯାତ୍ରାକମିଟି ବରପକ୍ଷ ଓ ତହସିଲ ଛକ ହିମାଦ୍ରି ନଗରବାସୀ କନ୍ୟାପକ୍ଷ ତଥା ଶୈବ ଭକ୍ତମଣ୍ଡଳି ସ୍ଥାନିୟ ନୃପରାଜ କ୍ଲବ ପରିସରରେ ଏକତ୍ରିତ ହୋଇଥିଲେ। ପରେ ବାଜାଗାଜା ସହ ଦୁହି ପକ୍ଷ ଶୋଭାଯାତ୍ରାରେ ବାହାରି ରାଜଭାଟି , ମିଶ୍ରପଡା ବାଟଦେଇ ବାବା କପିଳେଶ୍ବର ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ଦେବଦେବ ମହାଦେବ କପିଳେଶ୍ବର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ମାତା ପାର୍ବତୀଙ୍କ ପିତୃଆଳୟରୁ ଆସିଥିବା ତହସିଲ ଛକ ଜଗଦମ୍ବା କ୍ଳବ ହିମାଦ୍ରି ନଗରବାସିଙ୍କ ମଧ୍ୟରେ ପ୍ରଥା ଅନୁଶାରେ କପିଳେଶ୍ବର ବାବା ଓ ମାତା ପାର୍ବତୀ ଦେବୀଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କୁ ପୂଜାର୍ଚ୍ଚନ କରାଯାଇଥିଲା। ପରମ୍ପରା ଭିତ୍ତିକ ଉତ୍ସବର ପାଳନିୟ ସମସ୍ତ ନିତିକାନ୍ତି ସମାପନ ପରେ ଦୂହିକୂଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳଉଠା କାର୍ଯ୍ୟକ୍ରମ ସନ୍ଧ୍ୟାରେ ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ପଣ୍ଡିତ ହେମନ୍ତ ମିଶ୍ରଙ୍କ ଦ୍ବାର ଋଦ୍ରାଭିଷେକ ପର୍ବ ମନ୍ଦିର ପରିସରରେ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ଦାୟିତ୍ବଭାର ବହନ କରିଥିବା ବେଳେ ସଦସ୍ୟ ଶୈବଭକ୍ତ ମାନେ କାର୍ଯ୍ଯକ୍ରମରେ ସାମିଲ ରହିଥିଲେ। ମନ୍ଦିର ପୂଜକ ମାନଙ୍କ ଦ୍ବାର ଦେବନିତୀ ପୂଜାର୍ଜନା କାର୍ଯ୍ୟ ସମାପନ ପରେ ପଣ୍ଡିତଙ୍କ ଦ୍ୱାରା କମିଟୀ ସଦସ୍ଯ, ସଙ୍କଳ୍ପଧାରୀ ଓ କନ୍ୟାପକ୍ଷ ଭକ୍ତ ମଣ୍ଡଳିଙ୍କୁ ସଙ୍କଳ୍ପ ଷଷ୍ଠୀବ୍ରତ ଧାରଣ କରାଯାଇଥିଲା । କନ୍ୟାପକ୍ଷରୁ କନ୍ୟା ପିତା ରାଜଗୋପାଳ ଦାଶ ଧର୍ମପତ୍ନୀ ମିନତି ପତିଙ୍କ ସମେତ କନ୍ଯାପକ୍ଷ ନଗରବାସୀ ଓ ଯାତ୍ରା କମିଟି ଭକ୍ତମଣ୍ଡଳି ଦେବାଦେବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।