Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଞ୍ଜନଗର ରୋଟାରୀ କ୍ଲବ ର ବିଶ୍ଵ ସ୍ତନ୍ୟପାନ ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା,08/08,ଅଗଷ୍ଟ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଆଜି ଭଞ୍ଜନଗର ରୋଟାରି କ୍ଲବ ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ ବେଲଗୁଣ୍ଠା ଡାକ୍ତରଖାନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଡାକ୍ତର ଦୀକ୍ଷିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ମହିଳା ସ୍ୱାସ୍ଥ୍ୟକର୍ମୀ ବବିତା ପତି,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମାନସୀ ଦାସ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କୁ ସ୍ତନ୍ୟପାନର ଉପାଦେୟତା ବିଷୟରେ ସଚେତନ କରାଇଥିଲେ I ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ଲବ ସଭାପତି ଭି ଦେବୀ ପ୍ରସାଦ ପାତ୍ର, ମଧୁସୂଦନ ମହାପାତ୍ର, ସିଏଚ୍ ସନତ କୁମାର ସୁବୁଦ୍ଧି, ରଞ୍ଜିତ କୁମାର ବାରିକ, ସୁଧିର ପାଣିଗ୍ରାହୀ, ସିଏଚ୍ ସନ୍ତୋଷ କୁମାର ପାତ୍ର, ପବିତ୍ର କୁମାର ପ୍ରଧାନ, ମହେନ୍ଦ୍ର କୁମାର ମହାରଣା, ଦିଲୀପ କୁମାର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ I ସୁଶାନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଏବଂ ୫ଜଣ ନବଜାତ ଶିଶୁଙ୍କ ବ୍ୟବହାର ଜିନିଷ ଶିଶୁମାନଙ୍କ ମାଆମାନଙ୍କୁ ଉପହାର ଭାବେ ସଭାପତି ଶ୍ରୀ ପାତ୍ର ପ୍ରଦାନ କରିଥିଲେ I କ୍ଲବ ସମ୍ପାଦକ ଜେ ବିଶ୍ୱଜିତ୍ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ