Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ବିଦ୍ୟାଳୟରେ ସାମୁହିକ ଔଷଧ ସେବନ ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା, 08/08,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ଫାଇଲେରିଆ ନିରକାରଣ ଅଭିଯାନ ଆରମ୍ଭ ହେଉଥିବା ବେଳେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଗାଙ୍ଗପୁର ପଂଚାୟତର କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟ,ବିଞ୍ଝଗିରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଏ.କେ ନାୟକ ଫାଇଲେରିଆ ଔଷଧ ସେବନର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଏହାର ସେବନ ବିଧି ସମ୍ପର୍କରେ ବୁଝାଇଥିଲେ I ଔଷଧର କୌଣସି ପାର୍ଶ୍ଵପ୍ରତିକ୍ରିୟାକୁ ଅଯଥା ଭୟ ନକରି ଔଷଧ ବଣ୍ଟନ କରାଯାଇଥିବା ସ୍ଥାନରେ ହିଁ ସମସ୍ତେ କିପରି ଏକା ସାଙ୍ଗରେ ଔଷଧ ସେବନ କରିବେ ,ସେହି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ I ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ପାଇକ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବିଞ୍ଝଗିରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିବରାମ ବେହେରାଙ୍କ ତତ୍ତ୍ୱାବଧାନ ତଥା ଶିକ୍ଷକ କାର୍ତ୍ତିକ ସେଠୀ, ଦାଶରଥି ସେଠୀ ଏବଂ ସୁକାନ୍ତ କୁମାର ବେହେରାଙ୍କ ପରିଚାଳନାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ନିର୍ଭୟରେ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ