Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାର ଘଣ୍ଟା ଧରି ସରକାରୀ ବାବୁଙ୍କୁ ବିଧାୟକ ଘାଣ୍ଟି ଘାଣ୍ଟି ସମୀକ୍ଷା କଲେ।

ଲକ୍ଷ୍ମୀପୁର ୦୯/୦୮   କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ଠାରେ  ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର କଂଗ୍ରେସ ବିଧାୟକ ପବିତ୍ର ସାଉଁତା ସମୀକ୍ଷା ବୈଠକ  କରିଛନ୍ତି ।
ବ୍ଲକରେ ଶିକ୍ଷା, ଗମନାଗମନ,ବିଜୁଳି,ପାନୀୟ ଜଳ ଓ ସ୍ବାସ୍ଥ୍ୟ ଭଳି ମାଳ ମାଳ ସମସ୍ୟା ଥିବା ଶ୍ରୀଯୁକ୍ତ ସାଉନ୍ତା ଜାଣିବାକୁ ପାଇ ଗୋଟି ଗୋଟି କରି ପ୍ରତ୍ୟେକ ବିଭାଗର ଅଧିକାରୀଙ୍କୁ ପଚାରି ବୁଝିଥିଲେ।ବ୍ଲକରେ ଥିବା ଅଧିକାଂଶ ବିଦ୍ୟାଳୟ ଗୁଡିକ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଥିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ହେଉନଥିବାରୁ ବିଭାଗ ଉପରେ ବର୍ଷି ଥିଲେ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଠିକ୍ ଭାବେ ପରିଚାଳନା ହେଉନଥିବା ସହ ଶିଶୁ କଲ୍ୟାଣ ବିଭାଗରେ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।ଲକ୍ଷ୍ମୀପୁର ବ୍ଳକ ସଦର ମହକୁମା ରୁ କୋଟି କୋଟି ଟଙ୍କାର ଖଣି ଉତ୍ତୋଳନ  ଓଏମସି ଜରିଆରେ କରାଯାଉଛି ,କିନ୍ତୁ ବିଭାଗ ତରଫରୁ ସ୍ଥାନୀୟ ଲୋକଙ୍କ ପାଇଁ କୌଣସି ସୁବିଧା ଯୋଗାଉ ନଥିବା ବେଳେ ପ୍ରଭାବିତ ଅଞ୍ଚଳରେ ସବୁଦିନିକିଆ ମେଡିକାଲ କ୍ୟାମ୍ପ କରାଯିବା ପାଇଁ ପ୍ରସ୍ତାବ ଦିଆଯାଉ ବୋଲି ବିଡ଼ିଓ ଙ୍କୁ କହିଥିଲେ।ଲକ୍ଷ୍ମୀପୁର ବ୍ଲକ୍ ସଦର ର ୯ ନମ୍ୱର୍ ୱାର୍ଡ ରେ ପାଣି ସମସ୍ୟା,ନୂତନ ବସ ଷ୍ଟାଣ୍ଡ ନିର୍ମାଣ,କୂତୁକା ଝୋଲା ଗ୍ରାମ ପାଇଁ ରାସ୍ତା ନିର୍ମାଣ,
ମହିଳା ଲୋକ ପ୍ରତିନିଧି ଙ୍କ ପାଇଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନୂତନ ଶୌଚାଳୟ ନିର୍ମାଣ,ଲକ୍ଷ୍ମୀପୁର ବ୍ଲକ୍ ସଦରରେ ଏକ ମିଟିଂ ହଲ ନିର୍ମାଣ,ଲୋକେ ଚାଉଳ ପାଉନଥିବାରୁ ଡିଲର ସଂଖ୍ୟା ବଢ଼ାଇବାକୁ ପ୍ରକାଶ କରିବା ସହ ଟିକିରିରୁ ଲକ୍ଷ୍ମୀପୁର ରାସ୍ତାକାମ ବିଳମ୍ବ କୁ ନେଇ ବିଧାୟକ ବିରକ୍ତି ପ୍ରକାଶ କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ ହୋଇଥିବା ଷ୍ଟଲ୍ ଗୁଡ଼ିକ କିଛି ଲୋକ ମାଡ଼ି ବସି ଅନ୍ୟକୁ ଚଢା ଦରରେ ଭଡ଼ା ଦେଇଥିବା ଅଭିଯୋଗ ହୋଇଛି,ତେଣୁ ତୁରନ୍ତ ଯେଉଁ ମାନେ ଷ୍ଟଲ୍ ଚଳାଉଛନ୍ତି ସେମାନଙ୍କ ନାମରେ ନାମିତ କଲେ ଉଚିତ୍ ଭାବେ ରାଜସ୍ବ ଆଦାୟ ହେଇ ପାରିବ ବୋଲି କହିଥିଲେ।ଅଧିକାଂଶ ସେବାଶ୍ରମ ଗୁଡିକରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ ସେବାଶ୍ରମ ଗୁଡିକରେ ରହୁଥିବା ଅନ୍ତେବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଓ ସେବାଶ୍ରମ ଗୁଡ଼ିକ ଠିକ୍ ଭାବେ ପରିଚାଳନା ହେଉନଥିବା,ବାରମ୍ବାର ବିଜୁଳି ଫେଲ୍ ହେଉଥିବାରୁ ପିଲାଙ୍କ ପାଇଁ ନାହିଁ ନଥିବା ସମସ୍ୟା ଉପୁଜୁ ଥିବାରୁ ସେଥି ପ୍ରତି ଦୃଷ୍ଟି ଦେବାକୁ ବ୍ଲକ୍ ସମ୍ପ୍ରସାରଣ ଅଧିକାରୀଙ୍କୁ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବିଡ଼ିଓ ଗୁରେଶ୍ୱର ଭୋଇ,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶୀକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ତହସିଲଦାର ନୈବେଦ୍ୟ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ହେଙ୍ଗୁ ସାଉନ୍ତା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା,କଂଗ୍ରେସ ବ୍ଲକ୍ ସଭାପତି କୈଳାସ ଖସଲା, ଯୁବକଂଗ୍ରେସ ସଭାପତି ମଣ୍ଟି ଖରା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ମତ୍ସ୍ୟ ବିଭାଗକୁ ଛାଡ଼ି ଦେଲେ ବାକି ସମସ୍ତ  ବିଭାଗର ଅଧିକାରୀ,ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ଉପସ୍ଥାପନ ହୋଇଥିବା ପ୍ରତ୍ୟେକ ସମସ୍ୟାର ସମାଧାନ କିପରି କରାଯିବ ସେଥି ନେଇ ଆଲୋଚନା କରିଥିଲେ।
ଜିପିଇଓ ସୁଧିର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବୈଠକ ୧୨ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ