ଟେଲିକମ ଓ ସାଇବର ଅପରାଧ ନିରାକରଣ ଜନିତ ଗ୍ରାହକ ସଚେତନତା କର୍ମଶାଳା


ବେଲଗୁଣ୍ଠା,09/08, ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଆନୁକୂଲ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି I ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଘାଟନ କରିଥିଲେ I ଡିଜିଟାଲ ସାକ୍ଷରତା ଓ ଇ-ସେବା ଇଣ୍ଟରନେଟ୍ ସେବା ଉପରେ ନିର୍ଭର କରୁ୍ଥିବା ବେଳେ ଓ ସମସ୍ତ ବର୍ଗର ଲୋକଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ୍ ବ୍ୟବହାର ଜୀବନର ଅପରିହାର୍ଜ୍ୟ ଅଙ୍ଗ ହେବାକୁ ଲାଗିଲାଣି ସେ ମତରଖିଥିଲେ I ମହା ବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ ସଭାପତିତ୍ଵ କରି ଗ୍ରାହକ ସଚେତନତା ସର୍ବତ୍ର ହେବା ଉପରେ ଗୁରୁତ୍ଵ ଦେଇଥିଲେ ,I ନେଟୱର୍କ ସମସ୍ୟା, ଫେକ ମେସେଜ ଓ ଡିଜିଟାଲ ସାକ୍ଷରତା , ଇ ଗଭରର୍ଣ୍ଣାସ୍ ଜନିତ ଇତାଲ,ଉମାଙ୍ଗ,ଜନ ସମର୍ଥ,ଡିଜି ଲକର,ଆଧାର ,ଇ-ସଞ୍ଜୀବନୀ ସ୍ୱାସ୍ଥ୍ୟ ସେବା,ଇ ଶ୍ରମ କାର୍ଡ, ଇ-ବେଙ୍କିଙ୍ଗ, ସମସ୍ତ ଇ-ସେବା ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ଅଞ୍ଚଳରେ ସାଇବର ଅପରାଧ ନିରାକରଣ ଉପରେ ଉପସ୍ଥିତ ଗ୍ରାହକଙ୍କୁ ତାଲିମ ଦେଇଥିଲେI I ବିକିରଣର କୁପ୍ରଭାବରେ ପ୍ରକୃତିର ଜୀବଜାତ ଓ ପକ୍ଷୀମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାୟୁ ଓ ଜୈବ ବିବିଧତା ପ୍ରତି ବିପଦ ମାଡିବାକୁ ବସିଲାଣି ତାହା ଉପରେ ଗବେଷଣା କରି ପ୍ରତିକାର ପଦକ୍ଷେପ ନେବାପାଇଁ ସରକାର ଓ ଟେଲିକମ କମ୍ପାନି ମାନେ ବଚନବଦ୍ଧ ବୋଲି ମୁଖ୍ୟ ବକ୍ତା ଭାବେ ରଞ୍ଜିତ କୁମାରଦାସ ମତ ରଖିଥିଲେ I ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି ,ରIତାରIତି କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଇଛନ୍ତି କିନ୍ତୁ ତା ତୁଳନାରେ ସେବା ନଦେବା, ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ ଓ ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ବଳବତ୍ତର ଅଛି I ବିଏସଏନଏଲ,ଏୟାରଟେଲ ଓ ଜିଓ କ୍ଷେତ୍ର ଅଧିକାରୀ ଓ ଶତIଧିକ ଡିଗ୍ରୀ ଛାତ୍ରଛାତ୍ରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ, ଶିକ୍ଷାବିତ ଅମୂଲ୍ୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ I