Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଠାରେ ବିଶ୍ଵ ଆଦିବାସୀ ଦିବସ ପ

ଲକ୍ଷ୍ମୀପୁର ୦୯।୦୮
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜିର ଦିନକୁ ବିଶ୍ଵ ଆଦିବାସୀ ଦିବସ ରୂପେ ପାଳନ କରାଯାଇଛି।ଲକ୍ଷ୍ମୀପୁର ବ୍ଲକ୍ ଆଦିବାସୀ ସଂଘର କାର୍ଯ୍ୟକାରୀ ସଭାପତି ଆପାରାଓ ୱାଡେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ
ଲକ୍ଷ୍ମୀପୁର ବ୍ଲକ୍ ରେ ବସ ବାସ କରୁଥିବା ବହୁ ସଂଖ୍ୟାରେ ଆଦିବାସୀ ମାନେ ଯୋଗ ଦେଇଥିବା ବେଳେ କିଛି ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀ ପାରମ୍ପାରିକ ବେଶ ଭୂଷାରେ ସୁସଜ୍ଜିତ ହୋଇ ସ୍ଥାନୀୟ ରେଲୱେ ଛକ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଢେମସା ନୃତ୍ୟର ତାଳେ ତାଳେ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ।
ଏହି ଦିବସ ଅବସରରେ ଆଦିବାସୀ ସଂଘ ସଂପାଦକ ରାଧେଶ୍ୟାମ ଜାନୀ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା, ପଂଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେଶିକା, ସରପଞ୍ଚ ଶ୍ୟାମସୁନ୍ଦର ତାଡ଼ିଙ୍ଗି,ବୁର୍ଜା ସରପଞ୍ଚ ଜଲି ମିଣିଆକା,
ପଞ୍ଚଡ଼ା ସରପଞ୍ଚ ଅମ୍ବିକା ଜାନୀ,
ବୁର୍ଜା ସମିତି ସଭ୍ୟ ଦୁଃଖୀ ଶ୍ୟାମ ମିଣିଆକା,ପିପଳପଦର ସରପଞ୍ଚ ଚିନ୍ତ ମାଣ୍ଡିଙ୍ଗା,ଚମ୍ପୀ ସରପଞ୍ଚ ମଞ୍ଜି ପ୍ରାଷ୍କା,ଓଡ଼ିଆ ପେଣ୍ଠ ସରପଞ୍ଚ ବଂଶୀ ଧର ମାଣ୍ଡୀଙ୍ଗା,କୁଟିଙ୍ଗା ସମିତି ସଭ୍ୟ ପୂୟୁ ମିଣିଆକା,ବୁର୍ଜା ସମିତି ସଭ୍ୟ ଦୁଃଖୀ ଶ୍ୟାମ ମିଣିଆକା ଯୋଗ ଦେଇ ଥିଲେ।ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୁଲେସିକା ଆଦିବାସୀ ମାନଙ୍କ ଜୀବନୀ ଉପରେ ନିଜର ମନ୍ତବ୍ୟ ପରି ପ୍ରକାଶ କରି ଆଜିର ଏହି ଦିନକୁ ୧୯୯୪ ମସିହାରେ ବିଶ୍ଵ ଆଦିବାସୀ ଦିବସର ମାନ୍ୟତା ମିଳିଥିଲା ବୋଲି କହିଥିଲେ।ଏହି ଦିବସ ଉପଲକ୍ଷେ ବହୁ ସଂଖ୍ୟାରେ ଆଦିବାସୀ ଲୋକଙ୍କ ସମେତ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଅଧିକାଂଶ ସେବାଶ୍ରମର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ କର୍ମୀ ନିୟୋଜିତ କରାଯାଇ ଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ