Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଈ ଚରାଇବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ, ମିଳୁନି ଖୋଜ ଖବର

ବଲାଙ୍ଗୀର: ଗାଈ ଚରାଇବାକୁ ଯାଇ ରାହୁଲ ନଦୀରେ ଭାସିଯାଇ ଗତକାଲିଠାରୁ ଜଣେ ବୃଦ୍ଧ ନିଖୋଜ ଅଛନ୍ତି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ । ନିଖୋଜ ବୃଦ୍ଧ ଜଣକ ହେଲେ ଗୁଡଭେଲାର ରଘୁନାଥ ରଣା ।
ରଘୁନାଥ ଗତକାଲି ସକାଳେ ଗାଈ ଚରାଇବାକୁ ଯାଇଥିଲେ । ସନ୍ଧ୍ୟା ସମୟରେ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ଗତକାଲି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ । ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଗତକାଲି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍ ଖବର ମିଳି ନଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ