ସୋନପୁର : ( ସୌମିତ୍ରି ମେହେର) ସୋନପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଗତ ଦୁଇ ଦିନ ଧରି ଶ୍ରୀ ଅରବିନ୍ଦ ପାଠଚକ୍ର ର ଏକ ମଣ୍ଡଳ ସ୍ତରୀୟ ସ୍ବାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନୋଟି ଜିଲ୍ଲାକୁ ନେଇ ଗଠିତ ଶାନ୍ତିମଣ୍ଡଳ ସହ ୩୦ ଟି ଜିଲ୍ଲାରୁ ୪୨ ଜଣ ଶିକ୍ଷକ ପ୍ରତିନିଧି ଏବଂ ସ୍ଥାନୀୟ ଶିକ୍ଷାକେନ୍ଦ୍ରର ଅପା ଓ ଭାଇ ମାନେ ଯୋଗ ଦେଇଥିଲେ। ଶିଶୁ ଠାରୁ କିଶୋର ବୟସରେ ବିଭିନ୍ନ ବିକାଶ ଧାରା ଓ ମନସ୍ତାତ୍ତ୍ୱିକ ପ୍ରଭାବ ତଥା ମାର୍ଜିତ ନୂତନ ଜୀବନ ବିଷୟରେ ଆଲୋଚନା ହୋଇଥିଲା । ଶିକ୍ଷାବିତ୍ ସୁଶ୍ରୀ ରେଣୁକା ମିଶ୍ର, ଡ. ଜ୍ୟୋତି ରଂଜନ ବହିଦାର, ଡ. ମଦନ ମୋହନ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିରେ ଚାରୋଟି ପର୍ଯ୍ୟାୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦୁର୍ଗାଦତ୍ତ ଦାଶ , ଡ଼ା. ଅରବିନ୍ଦ ମହାପାତ୍ର , ଡ଼ା. ପ୍ରକାଶ ଦଣ୍ଡସେନା , ଡ଼ା ପ୍ରଶାନ୍ତ ପାତ୍ର , ଡ଼ା. ସୁଜାତା ଦାସ , ଇନ୍ଦୁରେଖା ବେହେରା , ଡ଼ା. ରେଣୁବାଳା ସାମଲ , ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଡ଼ା. ସରୋଜ କୁମାର ପଟେଲ , ଡ଼ା. ଚିତ୍ତ ରଞ୍ଜନ ସାହୁ , ଡ଼ା. ମଦନ ମୋହନ ପ୍ରଧାନ , ଡ଼ା. ତୋଫାନ ପତି ଏବଂ ସିଡିପିଓ ମଞ୍ଜୁଲତା ସ୍ୱାଇଁ ଆଲୋଚନା ପୂର୍ବକ ପ୍ରତିଷେଧକ ବ୍ୟବସ୍ଥା ଓ ପଦକ୍ଷେପ ଗୁଡିକ ବିଶଦ ଆଲୋଚନା କରିଥିଲେ। ପ୍ରଥମ ସାନ୍ଧ୍ୟ ଅଧିବେଶନ ରେ ଡ଼ା. ତୋଫାନ ପତି “ସାଂପ୍ରତିକ ଜୀବନ ଏବଂ ମାର୍ଗ” ବିଷୟ ରେ ଓ ଡ. ଚିତ୍ତ ରଞ୍ଜନ ସାହୁ “ନୂତନ ଜୀବନ” ସମ୍ୱନ୍ଧରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ପରଦିନ ଅଧିବେଶନ ରେ ଡ. ଅଧିର ରଞ୍ଜନ ସାହୁ ( ଅବସର ପ୍ରାପ୍ତ ବୈଜ୍ଞାନିକ ) ଉଦ୍ଭିଦ, ପରିବେଶ ଓ ଔଷଧୀୟ ବୃକ୍ଷାଲତା ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ ପ୍ରାଥମିକ ଚିକିତ୍ସା ଓ ଉପଚାର ବିଷୟରେ ବରିଷ୍ଠ ଶିକ୍ଷାବିତ୍ ଓ ତାଲିମଦାତା ଶ୍ରୀଯୁକ୍ତ ବିପିନ ବିହାରୀ କର ଶିକ୍ଷକ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅପରାହ୍ନ ୫ ଟା ବେଳେ ଦୁଇ ଦିନିଆ ସମ୍ମିଳନୀ ଉଦଯାପନୀ ଅବସରରେ ମା ଶ୍ରୀ ଅରବିନ୍ଦ ଙ୍କୁ କୃତଜ୍ଞତା ଓ ସମସ୍ତ ସମସ୍ତ ସହଯୋଗୀ, ଶୁଭେଚ୍ଛୁ ତଥା କର୍ମକର୍ତା ମାନଙ୍କୁ ମଣ୍ଡଳ ଆବାହକ ଶ୍ରୀ ମଦନ ମୋହନ ଦାନୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ମାତୃକର୍ମୀ ଏବଂ ସ୍ଥାନୀୟ ଶିକ୍ଷା କେନ୍ଦ୍ରର ଅପା , ଭାଇ , ଶିକ୍ଷକ ବୃନ୍ଦ ତଥା କର୍ମକର୍ତ୍ତା ସହଯୋଗ କରିଥିଲେ l