ବେଲଗୁଣ୍ଠାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାଯ୍ୟକ୍ରମ


ବେଲଗୁଣ୍ଠା, 14/08, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ବିଜେପି ପକ୍ଷରୁ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଏକ ବିରାଟ ମୋଟରସାଇକେଲ୍ ଶୋଭାଯାତ୍ରା ଖଇରପୁଟି ହନୁମାନ ମନ୍ଦିର ନିକଟରୁ ବାହାରି ଭାୟା ଗୋବରା ଏବଂ ବେଲଗୁଣ୍ଠା ଦେଇ ମଙ୍ଗଳପୁର ଗ୍ରାମରେ ଶେଷ ହୋଇଥିଲା I ଏହି ଶୋଭାଯାତ୍ରା ଗୋବରାରେ ପହଞ୍ଚିବା ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଶୋଭାଯାତ୍ରା ସମୟରେ ବିଜେପି କର୍ମୀ ମାନେ ହର୍ ଘର୍ ତ୍ରିରଙ୍ଗା ନାରା ଦେବା ସହିତ ପ୍ରତ୍ଯେକ ବ୍ୟକ୍ତି ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତା 78 ତମ ଦିବସ ପାଳନ କରିବା ପାଇଁ ଅନୁରୋଧ କରିଥିଲେ I କାର୍ଯ୍ୟକ୍ରମରେ ନାଟଙ୍ଗା ମଣ୍ଡଳ ସଭାପତି ପ୍ରହ୍ଲାଦ ଲେଙ୍କା, ଏନ ଏ ସି ଉପାଧକ୍ଷ ପ୍ରତିନିଧି ସି ଏଚ ଲିଙ୍ଗରାଜ ପାତ୍ରଙ୍କ ସମେତ ବହୁ ବିଜେପି ନେତା, କର୍ମୀ, ସରପଞ୍ଚ,ସମିତିସଭ୍ୟ ଓ କର୍ମକର୍ତା ମାନେ ଯୋଗଦେଇଥିଲେ I