ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ହରଘର ତ୍ରିରଙ୍ଗା କାଯ୍ୟକ୍ରମ


ବେଲଗୁଣ୍ଠା, 14/08, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସମସ୍ତ କାଉନସିଲର୍ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ I ଏହି ଶୋଭାଯାତ୍ରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ବାହାରି ପେଣ୍ଠ ସାହି, ଗୋପୀନାଥ ସାହି, ଆଳିଆ ସାହି, ରଙ୍ଗଣିପାଟଣା,ଜଗନ୍ନାଥପ୍ରସାଦ ରୋଡ଼୍ ରେ ପରିକ୍ରମା କରିଥିଲା I ପରିକ୍ରମା ସମୟରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ହର୍ ଘର୍ ତ୍ରିରଙ୍ଗା ନାରା ଦେବା ସହ ସ୍ୱାଧୀନତାର ଅମୃତ ମହୋତ୍ସବକୁ ପ୍ରତି ଘରେ ଏବଂ ପ୍ରତି ଅନୁଷ୍ଠାନରେ ତ୍ରିରଙ୍ଗାକୁ ସମ୍ମାନର ସହିତ ଉଡ଼ାଇ ପାଳନ କରିବାକୁ ପରାମର୍ଶ ଦେଇଥିଲେ I