Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରୁ ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ !

ଭୁବନେଶ୍ୱର: କିଏ ହେବେ ଓଡିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଖବର ଅନୁଯାୟୀ, ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ। ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ। ଯଦି ଏମିତି ହୁଏ ବିଜେପି ରାଜ୍ୟସଭା ସଭାପତି ମନମୋହନ ସାମଲଙ୍କ ସଂସଦର ଉଚ୍ଚସଦନକୁ ଯିବା ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ ।

ମମତା ମହାନ୍ତି ବିଜେଡି ଛାଡିବା ସହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ସହ ରାଜ୍ୟସଭାକୁ ବିଜେପିର ପ୍ରାର୍ଥୀ ଭାବେ ମନମୋହନ ସାମଲଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏଥିରେ ଆଜି ନୂଆ ଟୁଇଷ୍ଟ ଆସିଛି । ବିଜେପିର ଦଳୀୟ ସୂତ୍ର ଅନୁଯାୟୀ, ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ପୁଣି ଥରେ ଚୟନ କରିପାରେ । ଏମିତି କରି ଦଳ ବଡ ସନ୍ଦେଶ ଦେବାକୁ ଚେଷ୍ଟା କରିଛି ଯେ, ବିଜେଡିର ଯେ କୌଣସି ସାଂସଦ ଯଦି ବିଜେପିରେ ମିଶିବାକୁ ଚାହନ୍ତି ତେବେ ସେମାନଙ୍କ ପାଇଁ ଦ୍ୱାର ସର୍ବଦା ଖୋଲା ରହିଛି ।

ସୂଚନାଯୋଗ୍ୟ ଯେ, ମମତା ମହାନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ। ହେଲେ ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ସହ ବି ସଂପର୍କ ଛିନ୍ନ କରିଥିଲେ। ଏହାପରେ ଦିଲ୍ଲୀରେ ସେ ବିଜେପିରେ ସାମିଲ ହେଇଥିଲେ। ଆଉ ସେବେଠୁ ଖାଲି ପଡ଼ିଥିବା ଏହି ରାଜ୍ୟସଭା ଆସନରେ କିଏ ଓଡ଼ିଶାରୁ ରାଜ୍ୟସଭାକୁ ଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।