Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଯୋଗଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଝାରି : ସହିଦମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଦବୋଧନ ଦେଲେ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) :
ଭବାନୀପାଟଣା ସହିତ ଜଡ଼ିତ ସ୍ମୃତିକୁ ମନେ ପକେଇଲେ -ଦେଶ ସ୍ୱାଧୀନତାରେ ଦେଶ ବ୍ୟାପି ଅନେକ ମହାପୁରୁଷଙ୍କ ବଳିଦାନର ଇତିହାସକୁ ଆମେ ଖୋଜିବାକୁ ଗଲେ ଏଥିରେ ଓଡ଼ିଶା ଆଗରେ ରହିଥିଲା। ଜିଲ୍ଲାର ବୀର ସହିଦ ରେଣ୍ଡୋ ମାଝୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହିତ ତାଙ୍କ ବୀରତ୍ୱ ଗାଥା ଆଜି ଆମକୁ ଗର୍ବିତ କରିଥାଏ ବୋଲି ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଆୟୋଜିତ କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ସମାରୋହରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଝାରି ନିଜର ବକ୍ତବ୍ୟ ରଖିଛନ୍ତି। ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ ମୋହନ ମାଝୀଙ୍କ ସରକାର ବିଶୁ ମହାରଣା ଭାବେ କାମ କରିବ ବୋଲି ମନ୍ତ୍ରୀ କହିଥିଲେ। ଏହାସହିତ ଆଜି ମୁଁ ଯାହା ବି ହୋଇଛି ଏଥିରେ ଭବାନୀପାଟଣା ମାଟିର ଅବଦାନ ବହୁତ ବେଶୀ ବୋଲି ମନ୍ତ୍ରୀ ଏଠାରେ ବିତିଥିବା ନିଜ ସ୍କୁଲ ଦିନ ମନେ ପକେଇ କହିଥିଲେ। ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପୁଝାରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସାମୁହିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା କେଶରୀ ଦେଓଙ୍କ ସମେତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆରକ୍ଷୀ ନିରୀକ୍ଷକ ସୁରେଶ ବଳୀୟାର ସିଂହଙ୍କ ନେତୃତ୍ୱରେ ସାମୁହିକ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ, ଏନସିସି, ସ୍କାଉଟ, ବିଭିନ୍ନ ସ୍କୁଲ, କଲେଜର ୪୨ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଓ ସମାଜସେବୀ ତଥା ବାଳଗୋପାଳ ସେବା ନିକେତନର ମୁଖ୍ୟ ହେମନ୍ତ କୁମାର ମୁଣ୍ଡ ସଭା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ