ଏଲ ଆଣ୍ଡ ଟି ପକ୍ଷରୁ ବିଦ୍ୟାଳୟରେ ବୃକ୍ଷରୋପଣ


ବେଲଗୁଣ୍ଠା, 18/08, ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକସନ୍ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକସନ୍ ପ୍ରୋଜେକ୍ଟ୍ ମ୍ୟାନେଜର୍, ଆକାଉଣ୍ଟସ୍ ମ୍ୟାନେଜର୍,ସେଫ୍ଟି ମ୍ୟାନେଜର୍ ଏବଂ ବହୁ କର୍ମଚାରୀ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ପିଜୁଳି, ଅମୃତଭଣ୍ଡା, ବଉଳ ସମେତ 300 ରୁ ଉର୍ଦ୍ଧ୍ଵ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟ ଇକୋ କ୍ଳବ୍ ଇନଚାର୍ଜ୍ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଏବଂ ଏନର୍ଜି କ୍ଲବ୍ ଶିକ୍ଷକତାକୁ ପ୍ରଭାତ କୁମର ଗୌଡ଼ଙ୍କ ତତ୍ତ୍ୱାବଧାନରେ ସମସ୍ତ ଚାରା ରୋପଣ କରାଯାଇଥିଲା I ଶିକ୍ଷକ ବିଶ୍ୱଜିତ୍ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I