Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଶ୍ରୀ ସାଇ ଦ୍ୱାରକାମାୟୀ ଆଶ୍ରମ ନିକଟସ୍ଥ ଲଳିତ ଇଲୋକ୍ରୋନିକ୍ସ ଠାରେ ବିଶ୍ୱ ଫଟୋଗ୍ରାଫି ଦିବସ -୨୦୨୪ ପାଳିତ ହେଲା

କଳାହାଣ୍ଡି, ୧୯/୦୮ (ଜଗନ୍ନାଥ ନାଏକ) : ଆଜିର ଦୁନିଆରେ ପ୍ରତ୍ୟେକ ଲୋକଙ୍କ ପାଇଁ ଫଟୋ ଉଠାଇବା ଏକ ହବିରେ ପରିଣତ ହୋଇସାରିଥିଲା ବେଳେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏବେ କ୍ୟାମେରା ଓ ମୋବାଇଲ ରହିଛି । ଯିଏ ଯେଉଁ ଆଡେ ଯାଉ ନାଁ କାହିଁକି ଗୋଟିଏ ଫଟୋ ତ ନିଶ୍ଚୟ ଉଠାଇଥାନ୍ତି। କେଉଁ ପର୍ଯ୍ୟଟନ ସ୍ଥଳୀ, ବଣଭୋଜି, ଧାର୍ମିକ ପୀଠ, କେଉଁ ଆଡେ ବୁଲିବାକୁ ଯିବା ସମୟରେ ଫଟୋ ଟେ ଉଠାଇବା ପାଇଁ ସମସ୍ତଙ୍କ ମନ ହୋଇଥାଏ ଓ ସେହି ମୁହୁର୍ତ୍ତ କୁ ନିଜ କ୍ୟାମେରା କିମ୍ବା ମୋବାଇଲର ଲେନ୍ସ ରେ ସେହି ସ୍ମୃତିକୁ କଏଦ କରିଥାନ୍ତି। କିଛି ଏଭଳି ଫଟୋଗ୍ରାଫର ମଧ୍ୟ ଅଛନ୍ତି ଗୋଟିଏ ବିରଳ କିମ୍ବା ଭଲ ଫଟୋ ନେବା ପାଇଁ କଡ଼ା ପରିଶ୍ରମ ମଧ୍ୟ କରିଥାନ୍ତି ଏହାକୁ ଦୃଷ୍ଟିରେ ରଖି ବିଶ୍ୱରେ ଅଗଷ୍ଟ ୧୯କୁ ସ୍ୱତନ୍ତ୍ର ଭାବେ ଫଟୋଗ୍ରାଫର ମାନଙ୍କୁ ମନେପକାଇବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହର ମଧ୍ୟରେ ଥିବା ଶ୍ରୀ ସାଇ ଦ୍ୱାରକାମାୟୀ ଆଶ୍ରମ ନିକଟସ୍ଥ ଲଳିତ ଇଲୋକ୍ରୋନିକ୍ସ ଠାରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣାର ବରିଷ୍ଠ ସାମ୍ବାଦିକ, ଲଳିତ କାନୁନଗୋ , ଦେବେନ୍ଦ୍ର ବିଷି, ରାଜକୁମାର ସିଂ ଦେଓ, କୈଳାସ ସାହୁ, ଜଗନ୍ନାଥ ନାଏକ, ଯୋଶୋବନ୍ତ ଧଙ୍ଗଡାମାଝୀ, ଅମିୟ ସାହୁ, ଆଲିସା ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଫଟୋଗ୍ରାଫର ମାନଙ୍କ ମଧ୍ୟରେ ରଂଜନ ସାହୁ, ରଂଜିତ ସାହୁ, ଦୁଖୀସ୍ୟାମ ପ୍ରଧାନ ,ସନ୍ତୋଷ ଛତ୍ରୀଆ, ରାଜା ଛତ୍ରୀଆ, ପ୍ରବିଣ ଛତ୍ରୀଆ , ଆଶିଷ କବିର ସମେତ ବହୁ ଫଟୋଗ୍ରାଫର ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଏକ ମାନପତ୍ର ପ୍ରଦାନ କରାଯିବା ପରେ କେକ୍ କାଟି ପାଳନ କରାଯାଇଥିଲା । ଲଳିତ ଇଲୋକ୍ରୋନିକ୍ସର ମୁଖ୍ୟ ପରିଚାଳକ ସଚିନ୍ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ଫଟୋଗ୍ରାଫି ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ