Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ..ଉଚ୍ଚ ଆକାଂକ୍ଷା ନେଇଁ ପଢିବାକୁ ବିଧାୟକ ଙ୍କ ପରାମର୍ଶ….

ଲକ୍ଷ୍ମୀପୁର ୨୦/୦୮ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୫ତମ ପ୍ରତିଷ୍ଠା ଦିବସ କଲେଜ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟ ର ଅନେକ ପ୍ରତିଷ୍ଠାତା ସଭ୍ୟ ଙ୍କ ଦେହାନ୍ତ ହୋଇଥିବା କାରଣରୁ ସେମାନଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ନୂତନ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ର ଉନ୍ନତି ଦିଗରେ ସେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ, ଛାତ୍ର ଛାତ୍ରୀ ମାନେ ଉଚ୍ଚ ଆକାଂକ୍ଷା ନେଇଁ ପାଠ ପଢ଼,କମ୍ପିଟ୍ୟାଟିଭ  ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଚାକିରୀ କର, ନଚେତ ନିଜେ ନିଜ ସକାଶେ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କର କିନ୍ତୁ ରାଜ ନେତାଙ୍କ ପାଖରେ ଯାଇ ନିମ୍ନ କ୍ରମର ଚାକିରୀ ସକାଶେ ସୁପାରିଶ କରିଦିଅନ୍ତୁ ବୋଲି ପ୍ରକାଶ କରିବା ଭଳି ପାଠ ପଢନ୍ତୁ ନାହିଁ ବୋଲି ସୂଚାଇଥିଲେ।୧୯୯୦ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଅନେକ ଘାତପ୍ରତିଘାତ ଦେଇ ଗତି କରିଥିବା ବେଳେ ବର୍ତ୍ତମାନ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ ଭାବେ ଜିଲ୍ଲା ରେ ପ୍ରତିଷ୍ଠିତ ହୋଇପାରିଛି ବୋଲି ଅଧ୍ୟକ୍ଷ ଗିରିଜା ଚୌଧୁରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ  ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ  ବିରେନ ଶତପଥି ଙ୍କ ସମେତ ପୂର୍ବତନ ସାଂସଦ ଝିନ ହିକକା, ଯୁକ୍ତ ତିନି ଅଧ୍ୟାପକ ବିଜୁ ମୁଦୁଲି, ପରିଚାଳନା ସଭାପତି ଧନୁର୍ଜୟ ବିଶୋଇ, ପୂର୍ବତନ ଓଡ଼ିଆ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ଓ ପୂର୍ବତନ ସମ୍ପାଦକ  ମାଧବ ସାହୁ, ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ ଓ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଦୁଃଖିଶ୍ୟାମ ଦାଶ ପ୍ରମୁଖ ଯୋଗଦେଇଥିଲେ।ଅଧ୍ୟାପକ ଜଗନ୍ନାଥ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଯୋଶବନ୍ତ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ