Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ରହୁ ନଥିବା ଅଭିଯୋଗ ପାଇ ବିଳମ୍ବିତ ରାତିରେ ବିଡ଼ିଓ ପହଞ୍ଚି କଲେ ତଦାରଖ

ପଟ୍ଟାଙ୍ଗି୨୨/୦୮ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକ ବା ଅନ୍ୟ କେହି କର୍ମଚାରୀ ରହୁ ନଥିବା ଲିଖିତ ଅଭିଯୋଗ ପାଇବା ପରେ ବିଡିଓ ବିଳମ୍ବିତ ରାତିରେ ଅଚାନକ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ଦେଖି ଆସିଥିବା ଲିଖିତ ଅଭିଯୋଗ କୁ ଖଣ୍ଡନ କରି ଏହିପରି ମିଥ୍ୟା ଅଭିଯୋଗ କରି କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ଦୁର୍ବଳ କରିବା ଠିକ୍ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ବିଡ଼ିଓ । ଏହିପରି ଘଟଣା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା କୋଟିଆ ପଞ୍ଚାୟତ ଥୁରିଆ ଶେବା ଆଶ୍ରମ ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ରେ କେହି ଶିକ୍ଷୟିତ୍ରୀ ବା ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ରହୁ ନଥିବାରୁ ଛାତ୍ର ଛାତ୍ରୀ ରାତିବିକାଳେ ଅନେକ ସମସ୍ୟା ର ସମୁଖିନ ହେଉଥିବା ସମ୍ପର୍କରେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ହୋଇଥିବା ମିଳିତ ଅଭିଯୋଗ ଶୁଣାଣୀ ରେ ଲିଖିତ ଅଭିଯୋଗ ପାଇଥିଲେ । ଉକ୍ତ ଅଭିଯୋଗ ପତ୍ରକୁ ଦୃଷ୍ଟିରେ ରଖି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ସେଠୀ ଉକ୍ତ ଅଭିଯୋଗ କୁ ଗୁରୁତ୍ୱ ଭାବେ ଗ୍ରହଣ କରି ଉକ୍ତ ଆଶ୍ରମ ବିଦ୍ୟାଳୟରେ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରିବା ସମୟରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବା କୁ ପାଇଥିଲେ । ଏଥି ସହ ଆଶ୍ରମ ବିଦ୍ୟାଳୟ ରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କ ସହ ରହିବା , ଖାଇବା ଏବଂ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ବିଦ୍ୟାଳୟର ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ସହ ଆଲୋଚନା କରି ପ୍ରଧାନ ଶିକ୍ଷକ ଙ୍କ ସହ ଆଶ୍ରମ ର ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ବିଦ୍ୟାଳୟର ନଥିପତ୍ର ତଦାରଖ କରି ଫେରିଥିଲେ ।