Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମ କୁମାରୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି:୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ଗୁରୁବାର ପ୍ରଜାପତି ବ୍ରହ୍ମ କୁମାରୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସ୍କୁଲ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିକେ ସୁମିତ ଭାଇ ଯୋଗଦେଇ।ନୈତିକ ମୂଲ୍ୟବୋଧ ମାଧ୍ୟମରେ ଚରିତ୍ର ନିର୍ମାଣ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ବ୍ରହ୍ମ କୁମାରୀ ଲତା ଭଉଣୀ ରକ୍ଷା ବନ୍ଧନ ର ମହତ୍ତ୍ୱ ଓ ଭାଇ ଭଉଣୀ ର ସମ୍ପର୍କରେ ରାକ୍ଷୀ ବନ୍ଧନ ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଦିଗ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ସୁବାସ ଅଗ୍ରୱାଲ, ଧ୍ରୁବ ଚରଣ ସାହୁ, ବଜରଙ୍ଗ ଅଗ୍ରୱାଲ, ଅଧ୍ୟାପକ ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଅଧ୍ୟାପିକା କଲ୍ୟାଣି ମହାନ୍ତି, ଶଙ୍କର ସତନାମୀ, ଭାରତ ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବି.କେ ଘନଶ୍ୟାମ ଭାଇ ଅତିଥି ପରିଚୟ କରିଥିବା ବେଳେ ବେଳେ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।ଏହି ଅବସର ରେ ଲତା ଭଉଣୀ।ସମେତ ଛାତ୍ରୀ ମାନେ ଉପସ୍ଥିତ ଅତିଥି, ଶିକ୍ଷକ,ଛାତ୍ର ଙ୍କୁ ରାକ୍ଷୀ ବାନ୍ଧିବା ସହ ନିଜ ଭିତରେ ରହିଥିବା ଖରାପ ଗୁଣ କୁ।ପରିତ୍ୟାଗ କରିବାକୁ ଶପଥ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories