ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର ଆଇନ ୨୦୦୬ ସପ୍ତାହ ପାଳନ


ପଟ୍ଟାଙ୍ଗି୨୬/୦୮କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସଦର ମହକୁମା ରେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଏଫ.ଇ.ଏସ କୋରାପୁଟ ଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର ଆଇନ ୨୦୦୬ ସପ୍ତାହ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପିଏ ଆଇଟିଡିଏ ତପନ କୁମାର ନାୟକ , ସାଂସଦ ପ୍ରତିନିଧି ଶୁକ୍ରା ଖରା , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ , ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ଜଙ୍ଗଲ ବିଭାଗ ଅଧିକାରୀ ସୁଶାନ୍ତ ସେଠି , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନୀଲ ସେଠି , ରାଜସ୍ବ ନିରୀକ୍ଷକ  ଦୁର୍ଯ୍ୟୋଧନ ନାୟକ, ସରପଞ୍ଚ ମାଲିପୁଟ ସମନାଥ ଗୁଣ୍ଠା , ସରପଞ୍ଚ ଦେଓପଟ୍ଟଙ୍ଗି ନରେନ୍ଦ୍ର ବଡନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେବା ସହ ବିଭିନ୍ନ ବେସରକାରୀ ସଂସ୍ଥା କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଉପସ୍ଥିତ ସମସ୍ତ ଅତିଥି ମାନେ ବୃକ୍ଷମୁଳରେ ଜଳ ଅର୍ପଣ କରି କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜଙ୍ଗଲ କୁ ନେଇ ସଚେତନ ସୃଷ୍ଟିକରିବା ପାଇଁ ସଂସ୍କୃତି ମହାକୁଡ଼ ଯୁବତୀ ଏବଂ ସସ୍ମିତା ମିଶ୍ର ମହିଳା ଦୁଇ କଳାକାର ଙ୍କ ମିଳିତ ସହଯୋଗ ରେ ଏକ ନାଟକ ପରିବେଷଣ କରାଯାଇଥିଲା । ଯୋଉଥିରେ କି  ଜଙ୍ଗଲ ସୁରକ୍ଷା , ସଂରକ୍ଷଣ ଓ ପରିଚାଳନା ଦିଗରେ ଜଙ୍ଗଲ ଅଧିକାର ଆଇନ କିପରି ସହାୟକ ହେଇପାରିଛି ଏବଂ ଏହି ଆଇନ ମାଧ୍ୟମରେ ଗରିବ ତଥା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ କିପରି ଉପକୃତ ହେଇପାରିଛନ୍ତି ତାହାର ଏକ ସଚେତନ ବାର୍ତା ଉକ୍ତ ନାଟକ ମାଧ୍ୟମରେ ଉପସ୍ଥିତ ଶେମିଳିଗୁଡା ଏବଂ ପଟ୍ଟାଙ୍ଗି ଦୁଇ ବ୍ଲକରୁ ଆସିଥିବା ଜଙ୍ଗଲଜମି ପଟ୍ଟା ଧାରି ଙ୍କୁ ସଚେତନ କରାଇଥିଲେ । ଅନ୍ୟପକ୍ଷରେ ଉପରୋକ୍ତ ସମସ୍ତ ଅତିଥି ମାନଙ୍କ ମଧ୍ୟରୁ ବିଡ଼ିଓ ପଟ୍ଟନାୟକ ଙ୍କ ଲିଖିତ କବିତା ମାଧ୍ୟମରେ ଜଙ୍ଗଲର ସୁରକ୍ଷିତ ଅଭିଭାଷଣ ଉପସ୍ଥିତ ଅତିଥି ଓ ଲୋକ ଙ୍କ ମନମୂଗ୍ଧ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ସରକାର ଲୋକଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରି ତାଙ୍କର ଅଧିକାର ପ୍ରଦାନ କରୁଛନ୍ତି ସତ କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଲୋକଙ୍କୁ ଦେଇଥିବା ଜଙ୍ଗଲଜମି ପଟ୍ଟା କୁ ଅଣଜଙ୍ଗଲ ଜମିରେ ପରିଣତ କରି ବିଭିନ୍ନ କମ୍ପାନୀ ହାତକୁ ଟେକି ଦେଇ ବିଭିନ୍ନ ମାନସିକ ନିର୍ଯାତନା ଦେବା କେତେ ଦୂର ଠିକ୍ ବୋଲି ନିଜ ଅଭିଭାଷଣ ରେ ପ୍ରଶ୍ନ ଉଠାଇଥିଲେ । ଏଥି ସହିତ ପଟ୍ଟାଙ୍ଗି ବ୍ଲକ ରେ ଥିବା କୋଟିଆ ପଞ୍ଚାୟତର ୨୪ଟି ଗ୍ରାମ , ମାଲିପୁଟ ପଞ୍ଚାୟତର ଗୋଟିଏ ଗ୍ରାମ , ଗଙ୍ଗରାଜପୁର ପଞ୍ଚାୟତର ୦୪ଟି ଗ୍ରାମ ଏବଂ ଦେଓପାଟ୍ଟଙ୍ଗି ପଞ୍ଚାୟତର ୦୯ଟି ଏଭଳି ମୋଟ ୩୮ ଗ୍ରାମ ମାନଙ୍କୁ ଗୋଷ୍ଠି ଜଙ୍ଗଲ ଅଧିକାର ଓ ଗୋଷ୍ଠି ସମ୍ବଳ ଅଧିକାର ସ୍ବୀକୃତି ବଣ୍ଟନ କରାଯାଇଥିଲା । ଏହା ସହିତ କୋଟିଆ ପଞ୍ଚାୟତର ସୁଳିଆମାରି ଗ୍ରାମର ୩୨ଟି , ସୁଙ୍କି ପଞ୍ଚାୟତର ମଜାଗୁଡ଼ା ୨୬ଟି ଓ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରି ପଞ୍ଚାୟତର ମନ୍ଦାରଗୁଡା ଗ୍ରାମର ୧୫ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ବଣ୍ଟନ କରାଯାଇ ଥିବା ସହ ଜଙ୍ଗଲ ବିଭାଗ ତରଫରୁ ସମସ୍ତଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଏଫ.ଆର.ଏ ସଂଯୋଜିକା ସ୍ମୃତିଧାରା ଓ ସ୍ଵପ୍ନା ମହାରଣା ପରିଚାଳନା କରିଥିବା ବେଳେ ଏଫ.ଇ.ଏସ ଅନୁଷ୍ଠାନ ରଘୁରାମ ମୁଠାଇ , ଦିଲ୍ଲୀପ ଚମ୍ପି , କୃତିକା ମହାନ୍ତି , ଦିଲ୍ଲୀପ ଖସଲା , ବିଜୟ ଟପ୍ପୋ , ଆଲୋକ ମହାରଣା , ତପନ ଖସଲା , ତ୍ରିନାଥ ଗୁଣ୍ଠା , ମୋହନ ଜାନୀ , ପ୍ରସନ୍ତ ପାଙ୍ଗି, ସୁଶ୍ରୀତା ମିଶ୍ର , କେ ମୁରଲୀ କ୍ରୀଷ୍ଣା ଏବଂ ଉଭୟ ପଟ୍ଟାଙ୍ଗି ଓ ଶେମିଳିଗୁଡା ତହସିଲ କାର୍ଯ୍ୟାଳୟ ତରଫରୁ ଆପ୍ପାନା ଖରା , ବିଶ୍ଵନାଥ ତାଡିଙ୍ଗି ଓ ଅଜୟ ଦଳେଇଙ୍କ ସହ ଏଫ.ଇ.ଏସ ଅନୁଷ୍ଠାନ ସହିତ ଜଡିତ ହେଇ କାମ କରୁଥିବା ବିଭିନ୍ନ ପଞ୍ଚାୟତର ଗୋଷ୍ଠି ସାଧନ ବ୍ୟକ୍ତି ସମୂହ କାର୍ଯ୍ୟକ୍ରମଟିକୁ ଆୟୋଜନ ଏବଂ ପରିଚାଳନା ରେ ସହଯୋଗ କରିଥିଲେ ।