Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତିରେ ଗଛକୁ ଧକ୍କା ଦେଲା ବାଇକ୍; ଚାଲିଗଲା ଚାଳକଙ୍କ ଜୀବନ, ସକାଳୁ ମୃତଦେହ ଉଦ୍ଧାର

ଉଲୁଣ୍ଡା: ରାତିରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଘଟଣା ସ୍ଥଳରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେବା ପରେ ଉଦ୍ଧାର ହେଲା ମୃତଦେହ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଗଇଲଗୁଡି ରାସ୍ତାରେ । ମୃତ ଯୁବକ ହେଲେ ଡାଲଡବା ଗାଁର ବିକାଶ ଜଗଦଲା ।

ଗତକାଲି ବିକାଶ କୌଣସି କାମରେ ବାହାରକୁ ଯାଇଥିଲେ । ରାତିରେ ଘରକୁ ଫେରିବାବେଳେ ଗଇଲଗୁଡି ନିକଟରେ ତାଙ୍କ ବାଇକ ଗଛରେ ପିଟି ହୋଇଯାଇଥିଲା । ସକାଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ