Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅଣଶିକ୍ଷକ କର୍ମଚାରୀ ଙ୍କ ୬ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଶାସନିକ କୋଠା ପରିସର ରେ ଥିବା ସିନେଟ୍ ହଲ ଠାରେ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ଉନ୍ନୟନ କେନ୍ଦ୍ର ଏଵଂ ଭାରତୀୟ ବିଶ୍ଵବିଦ୍ୟାଳୟ ମହାସଂଘ ମିଳିତ ଆନୁକୁଲ୍ୟରେ ଆଜି ଅଣଶିକ୍ଷକ କର୍ମଚାରୀ ଙ୍କ ୬ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ଏକକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଅଣଶିକ୍ଷକ କର୍ମଚାରୀ ମାନଙ୍କ ଦକ୍ଷତା ବିକାଶ ଉପରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମୟୁନ ବର୍ତିତା ହୋଇ ମନ ଓ ଦୃଦୟ ରୁ ଆଗ୍ରହ ସହ କାମ ଯଥା ସମୟରେ ସମାପନ କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଯୋଗ ଦେଇ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୂଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶୈକ୍ଷିକ ଓ ପ୍ରଶାସନିକ ଉନ୍ନୟନ କେନ୍ଦ୍ର ର ନୋଡାଲ ଅଫିସର ତଥା କାର୍ଯ୍ୟକ୍ରମର ଆବାହକ ଡଃ ମୃତ୍ୟୁଞ୍ଜୟ ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂଯୋଜକ ଡ଼ଃ ସୁମନ କଲ୍ୟାଣ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋକପାତ କରିଥିଲେ।ଶେଷରେ ଦେଶୁଲ ସୁଦର୍ଶନ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଶ୍ଵବିଦ୍ୟାଳୟର ଏମ୍ ବି ଏ ବିଭାଗ ଓ ଅର୍ଥନୀତି ବିଭାଗର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ରେ ଭୁବନେଶ୍ୱର ର କର୍ପୋରେଟ ଟ୍ରେନର ରିଲା ସାହୁ ପ୍ରଶିକ୍ଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଉପ କୂଳସଚିବ ଡଃ ବାବୁଜୀ ସାମଲ,ସହ କୂଳସଚିବ ଡ଼ଃ ସରୋଜ କୁମାର ଦାଶ,ଡ଼ଃ ଶଙ୍କର ମାଝୀ,ଡ଼ଃ ମିହିର କୁମାର ତ୍ରିପାଠୀ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧlଙ୍ଗଡାମାଝି,ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟ ନାରାୟଣ କୁଣ୍ଡ୍,ସୁରିଆ ପ୍ରକାଶ,ରାମ ନାରାୟଣ ସାହୁ,ଦେବୀ ବେହେରା,କୁନା ପାଢ଼ୀ ଙ୍କ ସମେତ ୧୨୫ ରୁ ଉର୍ଦ୍ଧ ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories