Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ଶିକ୍ଷକ ଗଢା କାରଖାନାର ବିବାଦ ପିଚ୍ଛା ଛାଡୁନି

ଗୋପାଳପୁର,୨୭/୦୮
ଓଡ଼ିଶାରେ ରହିଥିବା ସର୍ବମୋଟ ୧୬ଗୋଟି ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ ଉଚ୍ଚଶିକ୍ଷା ଅଧୀନରେ ପରିଚାଳିତ ହେଉଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସନ୍ନିକଟ କନିଷି ଠାରେ ରହିଛି କନିଷି ସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ ଯାହା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଅଟେ Iଏଠାରେ ଦୁଇ ବର୍ଷିଆ ବି.ଏଡ୍, ଏମ୍.ଏଡ୍ ଓ ପି.ଏଚ୍ ଡ଼ି ଡିଗ୍ରୀ ବିଷୟରେ ଶିକ୍ଷା ଦେବାପାଇଁ ୨୦ଜଣ ଅଧ୍ୟାପକ-ଅଧ୍ୟାପିକା ଓ ୧୫ଜଣ କର୍ମଚାରୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି ଏହା ସହ ଭଞ୍ଜନଗର ରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ପ୍ରଧ୍ୟାପକ ଙ୍କୁ ଏହି ଅନୁଷ୍ଠାନର କାମଚଳା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି I ବର୍ତ୍ତମାନ ବି.ଏଡ୍ ରେ ୧୦୦ ଆସନ ଓ ଏମ୍.ଏଡ୍ ରେ ୫୦ ଆସନ ପାଇଁ ନାମ ଲେଖା ପ୍ରକ୍ରିୟା ଚାଲିଛି I କିନ୍ତୁ ପରିତାପର ବିଷୟ ଏଠାରେ ଅଧ୍ୟକ୍ଷ ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ଓ କର୍ମଚାରୀ ମଧ୍ୟରେ ସମନ୍ଵୟର ଘୋର ଅଭାବ ରହିଛି । ଭଞ୍ଜନଗର ଓ ବ୍ରହ୍ମପୁର କଲେଜର ଅଧ୍ୟକ୍ଷ ପଦବୀରେ ପ୍ରଫେସର ବିମଳ ଚରଣ ସ୍ବାଇଁ ରହିଥିବାରୁ ସେ କୁଆଡେ କଲେଜକୁ ନିୟମିତ ଆସୁନାହାନ୍ତି I ଅନେକ ସମୟରେ ସେମିନାର ଓ ବିଭିନ୍ନ କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ଵର ଆଖପାଖରେ ରହୁଛନ୍ତି I ଫଳରେ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଅନେକ ସମୟରେ ବିଶୃଙ୍ଖଳା ତୀବ୍ର ରୂପ ନେବାରେ ଲାଗିଛି I କଲେଜର ଦୈନିକ କର୍ମଚାରୀ ଓ ଅଧ୍ୟାପିକା ମଧ୍ୟରେ ଗତ ଶୁକ୍ରବାର ଦିନ କୈାଣସି କାର୍ଯ୍ୟ କୁ କଥା କଟାକଟି ହେବା ସହ ଉଭୟ ଙ୍କ ପକ୍ଷରୁ ଘଟଣା ନେଇ ମାମଲା ଏବେ ଥାନାରେ ପହଞ୍ଚିଛି Iକାର୍ଯରତ କିଛି କର୍ମଚାରୀ ଓ ଅଧ୍ୟାପକ ଙ୍କ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ଵାଇଁ କିଛି କନିଷ୍ଠ ତଥା ଅଯୋଗ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵ ଦେଇ ବରିଷ୍ଠ ଯୋଗ୍ୟ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଅଣଦେଖା କରୁଥିବାରୁ ଅନୁଷ୍ଠାନରେ ବିଶୃଙ୍ଖଳା ତୀବ୍ର ରୂପ ନେବାରେ ଲାଗିଛି I ଉଚ୍ଚଶିକ୍ଷା ବିଭାଗ ସଚିବ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଦିଗରେ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ଜୋର ଧରିଛି I ଗତ ଶୁକ୍ରବାର ଘଟଣା ନେଇ ଅଧ୍ୟକ୍ଷ ପ୍ରଫେସର ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଘଟଣା ଦିନ ସେ କଲେଜ ରେ ଅନୁପସ୍ଥିତ ରହିଥିଲେ।ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଶୁଭଶ୍ରୀ ମିଶ୍ର ଦାୟିତ୍ଵ ରେ ରହିଥିଲେ।ଘଟଣା ଘଟିବା ନେଇ କ୍ୟାମ୍ପସ ପରିସରକୁ ପୁଲିସ ଆସିବା ପରେ ଜାଣି ପାରିଥିଲି ବୋଲି ମତପୋଷଣ କରିଥିଲେ। ତାଙ୍କ ପକ୍ଷରୁ ଘଟଣା ନେଇ ଗଞ୍ଜାମ ଜିଲ୍ଲାପାଳ ସମେତ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଇବା ସହ ଘଟଣା ନେଇ ଆଜି ଅପରାହ୍ନରେ ଆଇ ସି ସି କମିଟିର ବୈଠକ ଡାକି ଘଟଣା ନେଇ ତଦନ୍ତ କରିବେ ବୋଲି ମତପୋଷଣ କରିଥିଲେ।ଘଟଣା ନେଇ କଲେଜ କୁ ଆନ୍ତର୍ଜାତିକ ମାନାବାଧିକାର ରକ୍ଷକ ଙ୍କ ଏକ ଟିମ୍ ପହଞ୍ଚି ଅଧ୍ୟକ୍ଷ ସମେତ ଅଧ୍ୟାପିକା ଓ କର୍ମଚାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଏଣୁ ଶିକ୍ଷକ ଗଢା କାରଖାନା ରେ ଏପରି ବିଶୃଙ୍ଖଳିତ ଆଚରଣ ଘଟିବା ଘଟଣା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏହା ନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ