ବଡ଼ତୁରlଙ୍ଗ ଶୁଣ୍ଡିସାପଡାରେ ନନ୍ଦତ୍ସବ, ପାଦ ଧୋଇ ପୋଛି ପୂଜା କଲେ ଗ୍ରାମବାସୀ


ସମ୍ବଲପୁର: ମଙ୍ଗଳବାର ବଡ଼ ତୁରlଙ୍ଗ ଗ୍ରାମ ନନ୍ଦଉତ୍ସବରେ ଉତ୍ସବ ମୁଖର ହୋଇଉଠିଛି l ଶୁଣ୍ଡିଶାପଡାର ଆୟୋଜନରେ ଶ୍ରୀକୃଷ୍ଣ, ଶ୍ରୀରାଧା, ଗୋପୀ, ଗୋପାଳ ବେଶଧାରୀ ମାନଙ୍କ ନଗର ପରିକ୍ରମା ଗ୍ରାମକୁ ଏକ ଆଧ୍ୟାତ୍ମିକ ପରିବେଶ ରେ ସୃଷ୍ଟି କରିଥିଲା l ସ୍ଥାନୀୟ ମନ୍ଦିର ରେ ପୂଜାର୍ଚନା ପରେ ଏହି ନଗର ପରିକ୍ରମା ଗାଁ ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବା ସମୟରେ ପ୍ରତି ପରିବାରରେ ଦୀପ ପ୍ରଜ୍ଜଳନ ସହିତ ଫୁଲ ଚନ୍ଦନ ତିଳକ ଲଗାଇ ବେଶଧାରୀଙ୍କୁ ସ୍ୱାଗତ ସମ୍ବର୍ଥନା ଜ୍ଞାପନ କରାଯାଇଥିଲା l ଅନେକ ସ୍ଥାନରେ ଶ୍ରୀକୃଷ୍ଣ, ଶ୍ରୀରାଧା ଙ୍କ ପାଦ ଧୋଇ ପୋଛି ଗ୍ରାମ ବାସୀ ନିଜ ସନାତନ ଧର୍ମ ର ମହାନୁଭବତା ଦେଖାଇଥିଲେ l ଏହି ଦୃଶ୍ୟ ବେଶ ମନୋରମ ଓ ହୃଦୟସ୍ବର୍ଶୀ ହୋଇଥିଲା l ଏହି ସମୟରେ ଶ୍ରୀକୃଷ୍ଣ, ଶ୍ରୀରାଧା, ଗୋପୀ, ଗୋପାଳ ପ୍ରମୁଖ ବେଶଧାରୀଙ୍କୁ ବିଭିନ୍ନ ଫଳ, ପଞ୍ଚାମୃତ, ମିଷ୍ଟାନ ରେ ଆପ୍ୟାୟିତ କରାଯାଇଥିଲା l ସନ୍ଧ୍ୟାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା l ଦିନ ରେ ଶିକ୍ଷାର୍ଥୀ ମାନେ ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ଏହି ଉତ୍ସବରେ ବିଭିନ୍ନ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ଉତ୍ସବର ସଫଳତା କାମନା କରିଥିଲେ l
ମୁଣ୍ଢେନପାଲି ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ଆୟୋଜିତ ଏହାକୁ ଯୁଯୋମୁରା ବ୍ଲକ ଅନ୍ତର୍ଗତ ବାହାମ ପଞ୍ଚାୟତର ବଡ଼ ତୁରlଙ୍ଗ ର ଶୁଣ୍ଡିଶା ପଡ଼ା ବାସୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ଏହl କୁ ଶରତ ସାହୁ, ମନୋଜ କୁମାର ସାହୁ, ବାବଲୁ ସାହୁ, ପ୍ରକାଶ ବେହେରା, ସନାତନ ବେହେରା ଓ ଦିଲେଶ୍ଵର ଜଉଡ଼ି ସଂଯୋଜନା କରିଥିଲେ l ଅନୁଷ୍ଠାନର ସଭାପତି ସରୋଜ କୁମାର ନାଥ, ସମ୍ପାଦକ ରଞ୍ଜନ ନାଥ, ପ୍ରଧାନ ଆଚାର୍ଯ୍ୟl ଓ ଗୁରୁମା ମାନେ ଏହାକୁ ପରିଚlଳନା କରିଥିଲେ l