Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ରଗାମୀ କଳା ଓ ସଂସ୍କୃତିକ ଅନୁଷ୍ଠାନର ସାମ୍ୱାଦିକ ସମ୍ମିଳନୀ

ଖଡ଼ିଆଳ : ଖଡ଼ିଆଳ ବ୍ଳକ ଚଳାନପଡା ଗୋଇମୁଣ୍ଡି ଅଗ୍ରଗାମୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ନିର୍ଦେଶକ କ୍ଷୀରପ୍ରସାଦ ରାଉତରାୟ ଅଧ୍ୟକ୍ଷତା କରି ବର୍ତ୍ତମାନ ସାରା ରାଜ୍ୟରେ କଳାର ଅବନତି ଦେଖା ଦେଇଥିବା ପ୍ରକାଶ କରିଥିଲେ । ଅଗ୍ରଗାମୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଗତ ୩୩ ବର୍ଷ ରେ ୧୫ ଗୋଟି ନାଟକ ପରିବେଷଣ କରି କଲାକୁ ଉଜ୍ଜୀବିତ କରି ଅଞ୍ଚଳରେ କଳାକୁ ବଞ୍ଚାଇ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ନାଟକକୁ କ୍ଷୀର ପ୍ରସାଦ ରାଉତରାୟ ନିର୍ଦ୍ଦେଶନା ଦେଉଥିବା ବେଳେ ସହ ନିର୍ଦେଶନା ଭାବେ ପ୍ରହଲ୍ଲାଦ ପଣ୍ଡା ଦେଉଛନ୍ତି । ଅନୁଷ୍ଠାନର ସଭାପତି ଅରବିନ୍ଦ ସିଂ ବାରିକ, ଉପ ସଭାପତି ନରେଶ ବାରିକ, ସମ୍ପାଦକ ସୌରଭ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ରାଜକପୁର ବାରିକ, ପ୍ରଶାନ୍ତ ବାରିକ, ଚିତ୍ତରଞ୍ଜନ ରାଉତ, ଅନନ୍ତ କୁମାର ବାରିକ, ମକରର୍ଧ୍ୱଜ କାଣ୍ଡ ,ଶଶ କୁମାର ରାଉତରାୟ, ଶୁଧାଂଶୁ ଶେଖର ବାରିକ, ରମା ରଞ୍ଜନ ରାଉତ, କୂଳଦୀପ ପ୍ରଧାନ, ପାର୍ଥ ସାରଥୀ ବାଗ, ସମୀର ରଞ୍ଜନ ବାରିକ, ସୌରଭ ବାରିକ, ଅରବିନ୍ଦ ବାରିକ, ଅମିତ ବାରିକ, ରୋଶନ ତାଣ୍ଡି, କାହ୍ନା ବାରିକ, ଶ୍ରୀକାନ୍ତ ବାରିକ ସମେତ ରାଉରକେଲାର ୪ ଜଣ ନାରୀ କଳାକାର ନାଟକ ପରିବେଷଣ କରିବେ । ସଙ୍ଗୀତ ନିର୍ଦେଶନାରେ ଣୁରଞ୍ଜନ ବାଗ, ବାଦ୍ୟରେ ମୁରଲୀଧର ପଟେଲ, ଜଳନ୍ଧର ନିଆଲ, ବିତୁ ମେହେର, ଆନୀଳ କୁମାର ରାଉତ, କଣ୍ଠ ଶିଳ୍ପୀରେ ରାସବିହାରି ଘିଭେଲା, ଶୁଶ୍ରୀ ସ୍ୱରୂପା ଆଚାର୍ଯ୍ୟ, ମମତା ପଟେଲ ଅଛନ୍ତି । କାର୍ଯ୍ୟକ୍ରମରେ ସୁରେଶ ରାଉତ, ପ୍ରଦ୍ୟୁମ୍ନ ବାରିକ, ଦେବେଶ୍ୱର ବାରିକ, ଜ୍ୟୋତିର୍ମୟ ବାରିକ, କରୁଣା ସାଗର, ମୁନୁକୁ ରାଉତ, ଗଣଦୀପ ସରାଫ ସହଯୋଗ କରୁଥିବା ବେଳେ ଉପଦେଷ୍ଟାରେ କେତନ ସିଂ ବାରିକ, ବଳଦେବ ରାଉତ, ଧନସିଂ ବାରିକ, ଦାୟନିଧି ଚଳାନ, ଶୁଶୀଳ ଚଳାନ ପ୍ରମୁଖ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସାମାଜିକ ନାଟକ ଆଜି ରାତ୍ରରେ ମଞ୍ଚସ୍ଥ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ