କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ରାଲି ଧାରଣା ବିକ୍ଷୋଭ


ଅତାବିରା- କାଳବୈଶାଖୀ ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଓଡିଶା ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି l ଅମଳ ହେବାକୁ ଥିବ ଧାନ କେଣ୍ଡାରୁ ଧାନ କ୍ଷେତରେ ହିଁ ଝଡି ପଡିଛି l ଧାନ ଗଛ ଗୁଡାକ ଧାନ କେଣ୍ଡା ବିହୀନ ହୋଇ ଝାଡୁ ଗଛ ଭଳି ହୋଇ ଯାଇଛି l ସେଥିରୁ ଆଉ ଧାନ ବିଜା ନାହିଁ l ଯେତକ କି ସାଗୁଆ ଧାନ କେଣ୍ଡା ଦେଖାଯାଉଛି ସେତକବି ହୃଷ୍ଟପୃଷ୍ଟ ହୋଇ ଧାନ ବିଜା ହୋଇ ପାରିବ ନାହିଁ l ଫଳରେ ସେତକ ମଧ୍ୟ ଚୋପା ଅର୍ଥାତ ପୋଲ ହୋଇଯିବାର ଆଶଙ୍କା ରହିଛି l ସପ୍ତାହେ ପୂର୍ବରୁ ଅଜଣା ରୋଗ ପୋକ ଯୋଗୁଁ ଧାନ ଫସଲ ରେ ଶୁଖିଲା ଖେଡ଼ ହୋଇ ଅର୍ଦ୍ଧେକ ଧାନ ନଷ୍ଠ ହୋଇସାରିଥିଲା l ଏବେ ଗତ 22 ତାରିଖ ର କାଳବୈଶାଖୀ ଝଡ଼ ତୋଫାନ ଓ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ସମ୍ପୂର୍ଣ ଫସଲ ଉଜୁଡି ଯାଇ ଚାଷୀ ସର୍ବସ୍ୱାନ୍ତ ହୋଇପଡିଛି l ଏଣୁ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଅତାବିରା ରେ ଥିବ ବିଭିନ୍ନ କୃଷକ ସଂଗଠନ ଆଜି ଅତାବିରା ରେ ରାଲି କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ତହସିଲଦାର ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ଏମ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ତେବେ କ୍ଷତିପୂରଣ ନେଇ ସ୍ୱଷ୍ଟି କରଣ ନ ହେବା ଯାଏଁ ଧାରଣାରେ ରହିବାକୁ ଜିଦ ଧରି କିଛି ଚାଷୀ ସଂଗଠନ ବୟୋଜ୍ୟେଷ୍ଟ ସଦସ୍ୟମାନେ ତହସିଲ ଅଫିସ ଭିତରେ ଧାରଣାରେ ବସିପଡ଼ିଥିଲେ l ତେବେ ଅତିରିକ୍ତ ତହସିଲଦାର ଶ୍ରୀ ପଣ୍ଡା ସେମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟାହ୍ନ 1ଟା ପରେ ସେମାନେ ଧାରଣରୁ ଉଠିଥିଲେ l ଅନ୍ୟ ପଟେ ଚାଷୀଙ୍କ ହକ ପାଇଁ ଲଡେଇ କରୁଥିବା ଓଡିଶା ରାଜ୍ୟ କୃଷକ ସଂଗଠନ ର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଉଜୁଡି ଯାଇଥିବା ଧାନ କ୍ଷେତ୍ରର ଧାନ ଗଛ ଧରି ଅତାବିରା ଦୁର୍ଗା ମନ୍ଦିରରୁ ହସ୍ପିଟାଲ ଛକ ଜାତୀୟ ରାଜପଥ ରେ ରାଲି ସହ ନାରାବାଜି ଦେଇ ସକଳ 11ଟା 30ରେ ତହସିଲ ଅଫିସରେ ପହଂଚିଥିଲେ l ଏମାନଙ୍କ ସ୍ମାରକ ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ, କରକାପାତ ଏବଂ ଅଜାଣା ରୋଗପୋକ ରେ ତୁରନ୍ତ ଯୁଗ୍ମ କମିଟି ମାଧ୍ୟମରେ ସମସ୍ତ ପଞ୍ଚାୟତର ସବୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଫସଲରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ଅତିଶୀଘ୍ର ମଧ୍ୟବର୍ତ୍ତିକାଳୀନ ସହାୟତା, ସବସିଡି, ଫସଲବୀମା ପ୍ରଦାନ କରାଯାଉ ନ ହେଲେ ସପ୍ତାହେ ପରେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ସଭାପତି ବୀରେନ୍ଦ୍ର କର ଚେତାବନୀ ଦେଇଛନ୍ତି l
ସେହିଭଳି ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅଞ୍ଚଳରେ ସାଙ୍ଘାତିକ କରାକପାତ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି ଯାହାକି ଚାଷିଙ୍କ ମେରୁଦଣ୍ଡ କୁ ଦୋହଲାଇ ଦେଇଛି । ସେହିପରି ରବି ଫସଲରେ ଅଜଣା ରୋଗପୋକ ଯୋଗୁ କ୍ଷୟକ୍ଷତି ହୋଇଥିବା ରୁ ଚାଷୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଦିଲ୍ଲୀ ସରକାର ଯେପରି ଏକର ପ୍ରତି ଚାଷି ଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଉଛନ ସେହିପରି ଆମ ଅତାବିରା ଅଂଚଳର ଚାଷୀ ମାନଙ୍କୁ ଦିଆଯାଉ ବୋଲି ଆପ୍ ସଂଯୋଜକ ଜୟ କ୍ରିଷ୍ଣା ଛୁରିଆ କହିଛନ୍ତି । ଅତାବିରା ତହସିଲ୍ ଅଫିସ ରେ ଲିଖିତ ଭାବରେ ଆମ୍ ଆଦମୀର ପାର୍ଟି କାର୍ଯ୍ୟ କର୍ତାଙ୍କ ତରଫରୁ ଦାବି ପତ୍ର ଦିଆଯାଇଥିଲା । ବ୍ଲକ ସଭାପତି ଯଦୁମଣୀ ପ୍ରଧାନ, ଗୌତମ ମହାନନ୍ଦ, ଭରତ ମହାନନ୍ଦ ଓ ସୁବଳ କହଁର ପ୍ରମୁଖ ଉପସ୍ଥିତ ଥିଲେ ।