କୁମେଲସିଂହାରେ ଜବରଦଖଲ ଉଛେଦ : ପ୍ରତିବାଦରେ ହିତାଧିକାରୀ ଙ୍କ ଧାରଣା


ଅତାବିରା -ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭାଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହାଠାରେ ଜବରଦଖଲ ଉଛେଦ କୁ ନେଇ ସୋମବାର ଚାପ ଉତ୍ତେଜନା ଦେଖିବାକୁ ମିଳିଛି l ପ୍ରତିବାଦରେ ମହିଳା ପୁରୁଷ ହିତାଧିକାରୀ ମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ l ସୂଚନାରୁ ପ୍ରକାଶ ଯେ ଗୋଡ଼ଭାଗା – ସୋନପୁର 54ନମ୍ବର ରାଜ୍ୟ ରାଜପଥ ର ଦୁଲମପୁର ଛକ କୁମେଲସିଂହା ରାସ୍ତା କଡ଼ରେ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ଵ ହେଲା ଦୋକାନ ବଜାର କରି ପରିବାର ପତିପୋଷଣ କରୁଛନ୍ତି 7ଟି ପରିବାର l ଦୀର୍ଘ ଦିନରୁ ଏହି ଦୋକାନ ବଜାର ବାପା ଅଜା କାଳରୁ କରିଆସିଛନ୍ତି l ତେବେ ଏହାକୁ ହଟାଇବା ନେଇ ସ୍ଥାନୀୟ କିଛି ଵ୍ୟକ୍ତି ଲାଗିଥିବା ବେଳେ ଅନ୍ୟ ପଟେ ଦୋକାନ ଖଣ୍ଡେ ଲେଖାଏଁ କରି ପରିବାର ପତିପୋଷଣ କରୁଥିବା ପରିବାରକୁ ସୁରକ୍ଷା ଦାବି ରେ କୋର୍ଟ କଚେରୀ ବି ଯାଇଛନ୍ତି l ବିଭିନ୍ନ ସମୟରେ ସ୍ଥଗିତ ଆଦେଶ ଆଣି ଏବେ ଜିଲ୍ଲାପାଳ ଙ୍କ ବିଚାରଧୀନ ଥିବା କହିଛନ୍ତି ନରେଶ ମିତ୍ତଳ l
ତେବେ ନୋଟିସ ର 24 ଘଣ୍ଟା ନ ପୂରୁଣୁ ସୋମବାର ପ୍ରଶାସନ ଦୋକାନ ବଜାର ଭାଙ୍ଗିବା ପାଇଁ ଦୁଲମପୁର ପହଞ୍ଚି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ l ଫଳରେ ସେଠାରେ ବସବାସ କରି ଗୁଜୁରାଣ ମେଣ୍ଟାଉଥିବା 7 ଟି ପରିବାର ଓ ଏଥିରେ ନିର୍ଭରଶୀଳ ଥିବା 17 ପରିବାରର ମହିଳା ପୁରୁଷମାନେ ଆସି ଏହାକୁ ବିରୋଧ କରିଥିଲେ l ଏପରି କି କୁମେଲସିଂହା ଓ ଦୁଲମପୁର ସରପଞ୍ଚ ବି ଆସି ଗୋଟିଏ ମାସ ସମୟ ମାଗିଥିଲେ l ତେବେ ପ୍ରଶାସନ ମାନି ନ ଥିଲା l କୋର୍ଟ ଅର୍ଡର ଅଛି କହି ଭାଂଗିବାକୁ ଅଡ଼ି ବସିଥିଲା l ଏହାକୁ ନେଇ ଏଠାରେ ଚାପା ଉତ୍ତେଜନା ବି ଲାଗି ରହିଥିଲା l ଧାରଣରେ ବସିପଡ଼ିଥିଲେ ହିତାଧିକାରୀ ମାନେ l ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ 2 ଫ୍ଲାଟୁନ ଫୋର୍ସ ମୁତୟନ କରାଯାଇ ସ୍ଥିତିକୁ ଆୟତ କରାଯାଇଥିଲା l ତେବେ ଦୋକାନ ବଜାରକୁ ଛାଡି ତା ପଛକୁ ଥିବା ସରକାରୀ ଜମିରେ ଗଡିଉଠିଥିବା ଘରଦ୍ୱାର କୁ ଉଛେଦ କରାଯାଇଥିଲା l ଭେଡେନ ତହସିଲଦାର ନେପାଳ ମୁଣ୍ଡା ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ବେଳେ ଓ ଅତାବିରା ଅତିରକ୍ତ ତହସିଲଦାର ରଞ୍ଜନ ଦାଶ ଉପସ୍ଥିତ ରହି ଜମି ଚିହ୍ନଟ କରିଥିଲେ l ଏନେଇ ଅତାବିରା ଅତିରିକ୍ତ ତହସିଲଦାର ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେମାନେ କରିଥିବା ଦୋକାନ ବଜାର ଗୋଚର ଆଡ଼କୁ ଜବର ଦାଖଲ ହୋଇଥିଲା l ତା’ ଉପରେ ହାଇକୋର୍ଟ ଅର୍ଡର ଥିଲା l ଏହାକୁ ବିଚାର କରି ଅତାବିରା ତହସିଲଦାର ନୋଟିସ କରିଥିଲେ l ସୋମବାର ଏପ୍ରିଲ 24ରେ ଉଛେଦ ପାଇଁ ଗତ ମାର୍ଚ୍ଚ 13 ଓ ଏପିଲ 13 ନୋଟିସ ପରେ ଶନିବାର ସେମାନଙ୍କୁ ସତର୍କ ନୋଟିସ କରାଯାଇ ଆଜି ଉଛେଦ କରାଯାଇଛି l