Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବି ଜେ ପି ର ନୂତନ ସଦସ୍ୟ ଅଭିଯାନ

ଅସ୍ତରଙ୍ଗ,,ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ର ଅସ୍ତରଙ୍ଗ ବ୍ଲକ ଯୋନ ନମ୍ବର ଏକ, ଅସ୍ତରଙ୍ଗ ମଣ୍ଡଳ ତରଫରୁ ଛୁରିଆନା ଗ୍ରାମପଞ୍ଚାୟତ ପିର ଜାହାନିଆ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ନୂତନ ସଦସ୍ୟତା ଅଭିଯାନ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି । ଏହି କର୍ମଶାଳା କୁ ଉଦ୍ଘାଟନ କରିଥିଲେ ପୂର୍ବତନ ବିଧାୟକ ତଥା କାକଟପୁର ନିର୍ବାଚନ ମଣ୍ଡଳୀରୁ ହୋଇଥିବା ବିଗତ ନିର୍ବାଚନ ର ବିଧାୟକ ପ୍ରାଥି ଶ୍ରୀ ବାଇଧର ମଳିକ । ଅନ୍ୟତମ ଅତିଥିଭାବେ,କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ଯୁବ ନେତା ଶ୍ରୀ ଦିବାକର ଛାଟୋଇ,ପ୍ରମୁଖ ଭାଷଣ ଦେଇ,ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ବି ଜେ ପି କର୍ମୀ ମାନେ,ଘରକୁ ଘର ତଥା ଗ୍ରାମ ୱାର୍ଡ ବୁଲି କିପରି ସଦସ୍ୟ ଗ୍ରହଣ କରି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ତଥା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂପର୍କରେ ଅବଗତ ହୋଇ ପାରିବେ ସେ ସମ୍ପର୍କ ରେ ଉପସ୍ଥିତ ଥିବା ବି ଜେ ପି କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁମାନେ ସଦସ୍ୟ ତା ଗ୍ରହଣ କରିବେ କି ଚାହିଁବେ ,ସେମାନେ ଦଳରେ ଜାରି କରାଯାଇଥିବା ଟୋଲ ଫ୍ରୀ ନମ୍ୱର୍ ରେ ଉପର କର୍ମ କର୍ତ୍ତା ମାନଙ୍କ ସଙ୍ଗେ ମଧ୍ୟ ଆଲୋଚନା କରିପାରିବେ ବୋଲି ଆଲୋଚନାରେ ପ୍ରକାଶ ପାଇଥିଲା । ଅସ୍ତରଙ୍ଗ ମଣ୍ଡଳ ସଭାପତି ଶ୍ରୀ ପ୍ରଭାକର ନାୟକ ଙ୍କ ସଭାପତତ୍ବରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ସ୍ତରୀୟ ପର୍ଯବେକ୍ଷକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ ରାୟ,ମଣ୍ଡଳ ଦୁଇ ସଭାପତି ଗୋଲେଖ ପ୍ରଧାନ,ଅସ୍ତରଙ୍ଗ ସରପଞ୍ଚ ରାମ ଚନ୍ଦ୍ର କାଣ୍ଡି,କର୍ମୀ ଲଳିତ ରଥ,ଅଧିକାରୀ ବେହେରା,ଜିଲ୍ଲା ଉପ ସଭାପତି ରତିକାନ୍ତ ବେହେରା,ଇଶ୍ଵର ବେହେରା ପ୍ରମୁଖ ସରକାର ଙ୍କର ନୀତି ଆଦର୍ଶ ଉପରେ ଆଲୋଚନା କରି ଥିଲେ । ଏହି କର୍ମ ଶଲାରେ ୩୦୦ରୁ ଉର୍ଦ୍ଧ ବ୍ୟକ୍ତି ସାମିଲ ଥିଲା ବେଳେ, ପଞ୍ଚାୟତ ୱାରି ଦଳୀୟ କର୍ମୀମାନଙ୍କ ସଙ୍ଗେ ଆଲୋଚନା କରାଯାଇ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ